ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସଂସ୍କୃତ ବିଭାଗର ପୂର୍ବତନ ଛାତ୍ରୀ ତଥା ବଉଦ ଜିଲ୍ଲା କଣ୍ଟାମାଳ ସ୍ଥିତ ମକଡିଆପଦର ଗ୍ରାମର ପ୍ରମୋଦ କୁମାର ପାତ୍ର ଏବଂ ସୁଚିତ୍ରା ପାତ୍ରଙ୍କ ପୂତ୍ରୀ ସୁଶ୍ରୀ ଶୁଭଶ୍ରୀ ପାତ୍ର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ତିରୁପତିରୁ ସଂସ୍କୃତ ବିଷୟରେ ପରାସ୍ନାତକ ତଥା ଆଚାର୍ଯ୍ୟ (M.A) କରି ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ପୂର୍ବରୁ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଥିଲେ। ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ମଧ୍ୟ +୩ ରେ ସଂସ୍କୃତ ରେ ଟପ୍ ଟେନ୍ ରେଙ୍କ ରେ ରହିଥିଲେ। ବର୍ତମାନ ସେ ଦିଲ୍ଲୀରେ ବି.ଏଡ କରୁଛନ୍ତି। ସେ ଏହାର ସମସ୍ତ ଶ୍ରେୟ ତାଙ୍କ ବାପା ଏବଂ ମା ତଥା ପରିବାର ବର୍ଗଙ୍କୁ ଦେଇଛନ୍ତି । ଭବିଷ୍ୟତ ରେ ଜଣେ ଭଲ ଶିକ୍ଷୟତ୍ରୀ ହେବା ପାଇଁ ଆଶା ରଖିଛନ୍ତି।