ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କୁମ୍ଭାରୀ ପଞ୍ଚାୟତ କାଲିକ୍ଷେତ ଗାଁରେ ନେହରୁ ଯୁବ କେନ୍ଦ୍ର ଏବଂ ମୋ’ ଭାରତ, ବଲାଙ୍ଗୀରର ସହାୟତା ତଥା ସ୍ୱାଗତ ସେବା ସଙ୍ଘ, କୁମ୍ଭାରୀ ଆନୁକୂଲ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି | ସ୍ୱାଗତ ସେବା ସଙ୍ଘ ସମ୍ପାଦକ ଝସକେତନ ରଣାଙ୍କ ସଭାପତିତ୍ବ ତଥା ଆଶାକର୍ମୀ ଲକ୍ଷ୍ମୀ ବିଭାର, ଅଙ୍ଗନୱାଡ଼ି କର୍ମୀ ପଙ୍କଜିନୀ ବିଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସାମାଜିକ କର୍ମୀ ଜୟନ୍ତ ରଣା, ଫକୀରଚରଣ ବଗର୍ତ୍ତୀ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗର ଲକ୍ଷଣ, ନିରାକରଣ, ଉପଲବ୍ଧ ସରକାରୀ ସହାୟତା ସମ୍ବନ୍ଧରେ ବୁଝାଇଥିଲେ | ସିଆରପିସିଏମ ପଙ୍କଜିନୀ ବଗର୍ତ୍ତୀଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ମହିଳା ସାମିଲ ହୋଇଥିଲେ | ଶେଷରେ ପୁରୁଷୋତ୍ତମ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ |