ପୁରୁଷୋତ୍ତମପୁର ସହରରେ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ଗଣପର୍ବ ଭାବେ ପରିଚିତ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି | ଗତକାଲି ଠାରୁ ମାନସିକ ଧାରୀ ଭକ୍ତ ମାନେ ବିଭିନ୍ନ ପୁଞ୍ଜାକୁ ଯାଇ ଦଣ୍ଡ କାଳୀଙ୍କ ସେବାରେ ନିୟୋଜିତ ହୋଇ ଯାଇଛନ୍ତି |ଆଜି ସକାଳେ ଢୋଲ, ଘଣ୍ଟ, ବଜାଇ ନଗର ପରିଭ୍ରମଣକରି ପ୍ରତେକ ସାହିକୁ ଯାଇ ଲୋକଙ୍କ କୁମ୍ଭ ଡ଼ାକି ଥିଲେ | ଏହା ସହିତ କଳାରୁଦ୍ରମଣିଙ୍କୁ ଭଜହେ ଧ୍ବନି ଦେଇ ଏକ ଭକ୍ତି ଭାବାବେଗ ପରିବେଶ ସୃଷ୍ଟି କରିଥିଲେ | ସମଗ୍ର ଗାଁଠୁ ସହର ଦଣ୍ଡ ଯାତ୍ରା ପ୍ରକମ୍ପିତ ହେଉଛି । ଏହି ଦଣ୍ଡ ଯାତ୍ରାରେ ଶିବ ଓ କାଳୀଙ୍କୁ ଏକତ୍ର ପୂଜା କରାଯାଇଥାଏ । ଏହି ବ୍ରତ ପାଳନ କରିବାରେ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ଏହାଦ୍ୱାରା ଏନେକ ମାନସିକ କାର୍ଯ୍ୟ ପୁର୍ଣ ହୋଇଥାଏ ବୋଲି ଭକ୍ତ ମାନେ କହୁଥବାର ଶୁଣିବାକୁ ମିଳୁଛି | ତେଣୁ ମାନସିକ ଧାରୀ ମାନେ ଏହି 21 ଦିନ, 18 ଦିନ ଏବଂ 13 ଦିନିଆ ଏହି ଦଣ୍ଡ ଯାତ୍ରା ରେ ରହି ନିଜ ସହିତ ଜଗତ ର ମଙ୍ଗଳ ପାଇଁ ସବୁକଷ୍ଟ ସହି ଥାଆନ୍ତି ପୁରୁଷୋତ୍ତମଗପୁର ସହରେ ତିନି ଗୋଟି ଦଣ୍ଡ ଯାତ୍ରାଦଳ ରହିଛନ୍ତି | ସେମାନେ ହେଲେ ଧୋବା ପୁଞ୍ଜା, ବିପତ୍ତାହାରିଣୀ ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା | ଏହି ପୁଞ୍ଜା ମାନଙ୍କରେ ବହୁଭକ୍ତ ମାନସିକ କରି ଏହି ଦଳ ମାନଙ୍କରେ ସାମିଲ ହୋଉ ଥାନ୍ତି | ଏହି ମାନସିକ ଧାରୀ ମାନେ ଗଞ୍ଜାମ ଜିଲ୍ଳାର ବିଭିନ୍ନ ପ୍ରାନ୍ତକୁ ଖାଲିପାଦରେ ଚାଲି, ଚାଲି ଯାଇ ଭକ୍ତଙ୍କ ମାନସିକ ପୂରଣ କରିଥାନ୍ତି | ତେବେ ଦଣ୍ଡ ତିନି ପ୍ରକାର ଅଟେ | ମଧ୍ୟାହ୍ନର ଉତ୍ତପ୍ତ ଖରାରେ ଧୂଳି ଦଣ୍ଡକରନ୍ତି | ତାପରେ ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ଜଳଦଣ୍ଡକରନ୍ତି | ଏବଂ ଅର୍ଦ୍ଧରାତ୍ରରେ ଅଗ୍ନିଦଣ୍ଡକୁ ପରିବେଷଣ କରିଥାନ୍ତି | ଏମାନେ ଦିନକୁ ଗୋଟିଥରଢୋଲ ଶବ୍ଦ ର ତାଳେ ତାଳେ ଅକଟା, ଅବଟା, ଅଫୁଟା ଖାଦ୍ୟ ଗ୍ରହଣ କରି ଥାନ୍ତି | ଏବଂ ସେହି ରାତ୍ରରେ ଅଗ୍ନିଦଣ୍ଡ ନିମନ୍ତେ ଆସିଥାନ୍ତି | ତାହାପରେ ଲୋକଙ୍କ ମନୋରଞ୍ଜନ ସକାଶେ ନାଟକ ପରିବେଷଣ କରିଥାନ୍ତି | ଏହା ମେଷ ସଂକ୍ରାନ୍ତି କିମ୍ବା ତା ପୂର୍ବଦିନ ମାସନ୍ତ ପର୍ଯ୍ୟନ୍ତ କାର୍ଯ୍ୟ କରି ତାପର ଦିନ ସୁଦ୍ଧହୋଇ ଭୋଜିଭାତ କରି ନିଜ, ନିଜର ଗୃହକୁ ପ୍ରତ୍ୟାବର୍ତନ କରନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.