ଅଁଳାଭଟ୍ଟା ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟ୍ଟା ଗ୍ରାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଏହି ନାମ ଯଜ୍ଞରେ ଗ୍ରାମର ଗୋନ୍ତିଆ ସଧାରାମ ନାଏକ ଏବଂ ତାଙ୍କ ଧର୍ମପତ୍ନୀ ରୋଦନା ନାଏକ କର୍ତ୍ତା ହୋଇଥିବା ବେଳେ ବିପିନ୍ ବିହାରୀ ପଣ୍ଡା ପୂଜକ ଦାଇତ୍ୱ ନିର୍ବାହ କରିଥିଲେ। ମାର୍ଚ୍ଚ ୨୬ ଅପରାହ୍ନରେ କଳସ ଯାତ୍ରା ଗାଇଧାର ନଦୀରୁ ଅନୁଷ୍ଠିତ ହୋଇଥିଲା। ଗୁରୁବାର ସକାଳେ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇ ଆଜି ଶୁକ୍ରବାର ସକାଳୁ ପୂର୍ଣ୍ଣାହୁତି ସହ ସମାପନ ହୋଇଛି। ନାମଯଜ୍ଞ ପରିଚାଳନା କମିଟିର ସଭାପତି କେତନ ଧଙ୍ଗଡାମାଝୀ, ସମ୍ପାଦକ ଚୁଡ଼ାମଣି ନାଏକ, ବିରଞ୍ଜନ ନାଏକ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଗ୍ରାମବାସୀ ନାମ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ୭ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିବା ବେଳେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.