ସିଆରପିଏଫ୍ ର ଜନସମ୍ପର୍କ ମେଳା

ଖଲିପତ୍ର, ମହମବତୀ ଓ ଧୂପକାଠି ତାଲିମ ସହ ଉପକରଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀଠାରେ ଥିବା ୬୪ବାଟାଲିଅନ୍ ସିଆରିପିଏଫ୍ କ୍ୟାମ୍ପ ତରଫରୁ ଅଂଚଳର ଜନସାଧାରଣଙ୍କ ଜୀବନ ଜୀବିକାକୁ ସୁଦୃୃଢ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସାମଗ୍ରୀ ବଣ୍ଟନ ସହିତ ତାଲିମ୍ ପ୍ରଦାନ କରାଯାଇଛି । ସେକେଣ୍ଡ କମାଣ୍ଡାଣ୍ଟ ପି,କେ ମିଶ୍ରଙ୍କ ଦ୍ୱାରା ଉଦଘାଟିତ ଏହି ଜନସମ୍ପର୍କ ମେଳାରେ ଡ଼ ମେଜର ସଂଜୟ ରଜକ (ସିଏମଓ, ୬୪/ବାଟାଲିଅନ୍‌) ଯୁଗଳ କିଶୋର (କମାଣ୍ଡିଙ୍ଗ ଅଫିସର, ଜି/୬୪) ମ.ରାମପୁର ଥାନାଧିକାରୀ ସୁଦର୍ଶନ ନାୟକ, ଉର୍ଲାଦାନୀ ଗ୍ରାମ ପଂଚାୟତର ସରପଂଚ ସୁପ୍ରିୟା ମାଝୀ ଯୋଗଦେଇ ଲୋକଙ୍କୁ ଏହି ସବୁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ତାଲିମଦାତା ଭାବେ ହରେକୃଷ୍ଣ ପୁଝାରୀ (ଖଲିପତ୍ର ତିଆରି), ସସ୍ମିତା ପଟ୍ଟନାୟକ, କେ.ସରିତା (ଧୂପକାଠି ପ୍ରସ୍ତୁତି) କୌରବ ସାହୁ(ମହମବତୀ ପ୍ରସ୍ତୁତି) ସମ୍ପର୍କରେ ମହିଳା ସମିିତିର ସଦସ୍ୟାମାନଙ୍କୁ ତାଲିମ ଦେଇଥିଲେ । ଏଥିରେ ଉର୍ଲଦାନୀ ପଂଚାୟତର ଉର୍ଲଦାନୀ, ଡ଼ୁକେଡ଼, ଖଲିଆମୁଣ୍ଡା, ରଙ୍ଗାପଦର, କୁରୁପଦର, ଜୁରାଖମନ , ନାଗଝିରି ଗ୍ରାମରୁ ମହିଳା,ପୁରୁଷ ଯୋଗଦେଇଥିଲେ । ସାମଗ୍ରୀ ବଣ୍ଟନ ଓ ତାଲିମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବାଟାଲିଅନର କର୍ମଚାରୀମାନେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.