କଳସ ଯାତ୍ରାରୁ ଆରମ୍ଭ ହେଲା ଅସୁରଗଡ ଶ୍ରୀ ରାମ ନବମୀ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର କିମ୍ବଦନ୍ତୀ ପର୍ଯ୍ୟଟନ ସ୍ଥଳି ଅସୁରଗଡ ର ବହୁ ପ୍ରସିଦ୍ଧ ଶ୍ରୀରାମ ନବମୀ ପୂଜା କଳସ ଯାତ୍ରା ରୁ ଆରମ୍ଭ ହୋଇଯାଇଛି। ଶନିବାର ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ସାନ୍ଦୁଲ ନଦୀରେ ପୂଜା ପାଠ ପରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ମନ୍ଦିର ରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳୁ ମଙ୍ଗଳ ଆଳତୀ, ବାଳଭୋଗ, ସୂର୍ଯ୍ୟ ପୂଜା ପ୍ରଭୃତି ପୂଜନ କାର୍ଯ୍ୟ ବିଧି ମୁତାବକ ଅନୁଷ୍ଠିତ ହୋଇଛି। ପ୍ରତ୍ୟହ ସଂଧ୍ୟାରେ ବ୍ରତୀ ମାନଙ୍କ ହବିଶ୍ୟ ଗ୍ରହଣ ପରେ ରାମଲୀଳା ନାଟକ ଅନୁଷ୍ଠିତ ହେଉଛି। ପରିଚାଳନା କମିଟିର ସଭାପତି ସଦାନନ୍ଦ ସା, ସମ୍ପାଦକ ଲବ ରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାମ ନବମୀ ଅନୁଷ୍ଠିତ ହେଉଥିବା ବେଳେ ଘନଶ୍ୟାମ ପଧାନ ଓ ତାଙ୍କ ଧର୍ମ ପତ୍ନୀ ହାରାମଣି ପଧାନ ପୂଜା କର୍ତ୍ତା ଦାୟୀତ୍ବ ସମ୍ପାଦନ କରୁଛନ୍ତି। ପୂଜକ ଭାବରେ ପଣ୍ତିତ ଶେଷଦେବ ପାଢୀ ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡ଼ିଛି। ଭକ୍ତ ଜଗନ୍ନାଥ ଗଉଡ଼, ଦାମୋଦର ପଧାନ, ଭଗବାନ ରଣା, ଅଭିମନ୍ୟୁ ଗଉଡ଼, ଶଙ୍କର ବାହୁକ, ଥବିର ପଧାନ, ବେଣୁଧର ଗୌଡ ପ୍ରମୁଖ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ୮୦ ଜଣ ମହିଳା ଓ ପୁରୁଷ ବ୍ରତୀ ଶ୍ରୀରାମ ନବମୀ ବ୍ରତ କରିବା ସହିତ ପୁରାଣ ଶ୍ରବଣ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.