ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଶ୍ରୀରାମ ନବମୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତାରେ ଶ୍ରୀରାମ ନବମୀ ଉତ୍ସବ ଅନୁଷ୍ଠିତ ହୋଇଛି | ସ୍କୁଲ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ, ସାମ୍ବାଦିକ ରମାକାନ୍ତ ରାଜପଲିଆ ଅତିଥି ଭାବେ ଯୋଗଦେଇ ଶ୍ରୀରାମ ନାମ ଓ ଉତ୍ସବର ମହତ୍ତ୍ୱ ବିଷୟରେ ବୁଝାଇଥିଲେ | ଛାତ୍ରଛାତ୍ରୀ ରାମ, ଲକ୍ଷ୍ମଣ, ସୀତା, ହନୁମାନ ଆଦି ପୌରାଣିକ ଚରିତ୍ରଙ୍କ ବେଶ ଧାରଣ ପୂର୍ବକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ | ପ୍ରଫୁଲ୍ଲ ମେହେର, ଭାସ୍କର ଧରୁଆ, ଅର୍ଜୁନ ଖର୍ସେଲ, ସଞ୍ଜୟ ବେହେରା, ଡୋଳେଶ୍ଵର ଭୋଇ, ରବୀନ୍ଦ୍ର ପୁଟେଲ, ତରଣୀ ଖର୍ସେଲ, ମଧୁସୂଦନ ବାରିକ, ସତ୍ୟବାନ ପ୍ରଧାନୀ, ଗୋବିନ୍ଦ ମହାକୁର, ଭୂପତି ନାଗ, ସୁରେନ୍ଦ୍ର ବୁଡ଼େକ, ଘନଶ୍ୟାମ ଦନ୍ତା, ନିରୋଜ ଚାନ୍ଦ, ମହାଦେବ ସୁନାନୀ, ତେଜରାଜ ମାହାର, ମୃଣାଳ ବିଶ୍ୱାସ, ସିଦ୍ଧାର୍ଥ ବେହେରା, ମନୋଜ ବାରିକ, ଦିନେଶ ବାଗ, କସ୍ତୁରୀ ତାଣ୍ଡି, ସାବିତ୍ରୀ ସାହୁ ପ୍ରମୁଖଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ରହିଥିଲେ | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ଶ୍ରଦ୍ଧାଞ୍ଜଳି ଦାଶ, ବନ୍ଦନା ରଣା, ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ଶିକ୍ଷକ ପ୍ରହ୍ଲାଦ ସିନ୍ଧ୍ରୀଆ, ନବକିଶୋର ନାଗ, ଦିଲ୍ଲୀପ ମିର୍ଦ୍ଧା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.