ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ବେଳଗାଁ କଲେଜ ସାମ୍ନାରେ ଗତ ବିଳମ୍ବିତ ରାତିରେ ଆଲୁମିନିୟମ କଣ୍ଟେନର ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ସଇଁତଲା ପଟୁ କଳାହାଣ୍ଡି ଦିଗରେ ଯାଉ ଥିବା ସମୟରେ ଏହି ଟ୍ରକଟି ଭରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଥିଲା। ଟ୍ରକ୍ ଡ଼୍ରାଇଭର ଚାପି ହେଇ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ମୃତ ଡ଼୍ରାଇଭର ଜଣକ ଉତ୍ତର ପ୍ରଦେଶ ଆଜମଗଡର ରାଜାରାମ ଯାଦବ ବୋଲି ଜଣାପଡିଛି। ରାଜାରାମ ଯାଦବ ଆଲୁମିନିୟମ କଣ୍ଟେନର ଟ୍ରକକୁ ଚଲାଇ ଝାରସୁଗୁଡ଼ା ରୁ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଏବଂ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିଛି। ପୋଲିସର ତଦନ୍ତ ଜାରି ରହିଛି।