ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ବ୍ୟାଙ୍କ ପାସ୍ ବୁକ୍ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସ୍ଥାନୀୟ ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାଙ୍କ ପାସ ବୁକ ବଣ୍ଟନ କରାଯାଇଛି ା ବିଦ୍ଯାଳୟ କତ୍ତୃପକ୍ଷଙ୍କ ଉଦ୍ଯମ ଓ ଆଂଚଳିକ ଗ୍ରାମ୍ଯ ବେଙ୍କ ହାତୀବନ୍ଧା ଶାଖାର ସହଯୋଗରେ ଷଷ୍ଠରୁ ଅଷ୍ଟମ ପଢ଼ୁଥିବା ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କ ପାସ୍ ବୁକ୍ ତିଆରି କରାଯାଇ ଆଜି ବଣ୍ଟନ କରାଯାଇଥିଲା ା ପ୍ରଧାନ ଶିକ୍ଷକ ସାରଙ୍ଗପାଣି ଦଣ୍ତସେନା, ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଷୀ, ଶିବ ପ୍ରସାଦ ମେହେର, ବୈଷ୍ଣବ ମେହେର ଓ କିଶୋର ଚଂଦ୍ର ମେହେର ଉପସ୍ଥିତ ରହି ପାସବୁକ ବଣ୍ଟନ କରିଥିଲେ ା ସୂଚନାଯୋଗ୍ଯ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପାଇବାକୁ ହେଲେ ବ୍ୟାଙ୍କ ପାସବୁକ୍ ର ଆବଶ୍ଯକତା ରହିଥିବା ବେଳେ ପାସବୁକ୍ ଟିଏ ତିଆରି କରିବାକୁ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ହଇରାଣ ହେବାକୁ ପଡ଼ିଥାଏ ା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୄଷ୍ଟିରେ ଶିକ୍ଷକଙ୍କ ଏହି ଉଦ୍ଯମକୁ ସ୍ଥାନୀୟ ଅଭିଭାବକ ପ୍ରଶଂସା କରିଛନ୍ତି ା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.