ନିଖୋଜ ଗୁପଚୁପ ବିକାଳୀଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଗୁନିମୁଣ୍ଡା ଜଙ୍ଗଲରୁ ଗୁପଚୁପ ବିକାଳୀଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ। ମୃତ୍ୟୁ ଗୁପଚୁପ ବିକାଳି ହେଲେ ସୁରେଶ ପୁଟେଲ। ସୁରେଶ ତୁଷୁରା ଥାନା ଦଉଲଗୁଡି ଛକରେ ଗୁପଚୁପ ବିକ୍ରି କରୁଥିବା ବେଳେ ସେ ୧୫ ଦିନ ହେବ ନିଖୋଜ ଥିଲେ। ତେବେ ଆଜି ତାଙ୍କ ଅର୍ଦ୍ଧଦଗ୍ଧ ଶବଟି ଗୁଡଭେଳା ବ୍ଲକ ଗୁନିମୁଣ୍ଡା ଜଙ୍ଗଲରୁ ଉଦ୍ଧାର ହୋଇଛି। ତାଙ୍କ ସାର୍ଟ ଓ ଏକ ହଲ ଚପଳ ଭିନ୍ନ ଜାଗାରେ ପଡ଼ିଛି। ପାରିପାର୍ଶ୍ବିକ ଦୃଷ୍ଟିକୋଣରୁ ହତ୍ୟା ହୋଇଥିବା ସନ୍ଧେହ କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.