ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା) ଠାରେ ଆଜି ସକାଳ ପ୍ରାୟ ନଅଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ମା ପୁଅ ଙ୍କ ମୃତ୍ୟୁ ଘଟିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ ଆଜି ସକାଳ ପ୍ରାୟ ନଅଟା ସମୟରେ ମଗସିର ସୁନାଙ୍କ ପତ୍ନୀ ସୁନାଫୁଲ ସୁନା;(୬୨) ଓଦା କପଡ଼ା ଶୁଖେଇବାକୁ ଯାଇ ବିତ୍ୟୁତ୍ ସଂଯୋଗ ରେ ଆସିଥିଲେ, ମାଆ ଙ୍କୁ ଏଭଳି ଅବସ୍ଥା ରେ ଦେଖି ଜୀବନ ବଞ୍ଚାଇବାକୁ ପୁଅ ରବି ସୁନା(୩୫) ମଧ୍ୟ ବିଦ୍ୟୁତ୍ ଆଘାତ ର ଶିକାର ହେଇଥିଲେ । ଘଟଣା ସ୍ଥଳରେ ହିଁ ମା ପୁଅ ଙ୍କ ମୃତ୍ୟୁ ଘଟିଛି । ଏଇ ଘଟଣା ପରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ଉଭୟ ମୃତ ଦେହ ଖବର ଲେଖା ଯିବା ପର୍ଯ୍ୟନ୍ତ ଉକ୍ତ ସ୍ଥାନ ରେ ହିଁ ପଡ଼ିଥିବା ସୂଚନା ମିଳିଛି ।