୨୧ କେଜି ଗଞ୍ଜେଇ ସହ ୨ ଯୁବକ ଗିରଫ, ସ୍ୱିଫ୍ଟ ଡିଜାୟାର ଜବତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଚୋରା ଗଞ୍ଜେଇ ଚାଲାଣ ମାମଲାରେ ୨ ଅଭିଯୁକ୍ତକୁ ଗିରଫ ସହ ଏକ ମାରୁତି ସ୍ଵିଫ୍ଟ ଡିଜାୟର ଜବତ କରିଛି ସୁବର୍ଣ୍ଣପୁର ଅବକାରୀ ବିଭାଗ। ଗତକାଲି ଅବକାରୀ ବିଭାଗ ମୋବାଇଲ ୟୁନିଟ୍‌ ପକ୍ଷରୁ ସୁବର୍ଣ୍ଣପୁର ସହରର ପଟାଭାଡି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ସକାଳ ପ୍ରାୟ ୯.୩୦ ବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ଆସୁଥିବା ଧଳା ସ୍ଵିଫ୍ଟ ଡିଜାୟାର କାର ନଂ ଓଡି ୩୧ ଏଫ- ୬୬୯୯ କୁ ସନ୍ଦେହରେ ପଟାଭାଡି ଛକରେ ଅଟକ ରଖି ତନଖି ସମୟରେ ସେଥିରୁ ୨୧ କେଜି ଗଞ୍ଜେଇ ମିଳିଥିଲା। ଏବଂ କାରରେ ଥିବା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାରଡୋଲ ଗାଁର ସୋମ୍ୟ ରଞ୍ଜନ ପ୍ରଧାନ(୨୬) ଓ ରଞ୍ଜନ କର୍ମୀ(୩୩) ବର୍ଷଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ଏହା ବୌଦ୍ଧ ଜିଲ୍ଲାରୁ ସମ୍ବଲପୁର ଜିଲ୍ଲାକୁ ଚାଲାଣ କରୁଥିବା ସୂଚନା ଦେଇଛନ୍ତି। ଏ ନେଇ ସୁବର୍ଣ୍ଣପୁର ଅବକାରୀ ବିଭାଗର ପକ୍ଷରୁ ଏକ ମାମଲା ୩୯/୨୫ ରୁଜୁ ହୋଇଛି। ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର ଓ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଅଧୀକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦେଶ କ୍ରମେ ମୋବାଇଲ ଇନ୍ସପେକ୍ଟର ହରପ୍ରସାଦ ରଣା, ଓଆଇସି ଶାନ୍ତନୁ ପଟ୍ଟନାୟକ, ଏସଆଇ ବିଶ୍ୱନାଥ ଭୋଇ, ଏଏସଆଇ ସନ୍ତୋଷ କୁମାର ସ୍ୱାଇଁ ଓ ସମୀର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.