ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପ-କାରାଗାର ପରିଦର୍ଶନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଶିଶୁ ସୁରକ୍ଷା ପାଇଁ ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ଆଜି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲି ଙ୍କ ତତ୍ୱାବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁର ର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉପକାରାଗର କୁ ଯାଇ ସେଠାରେ ଅନ୍ତେବାସୀଙ୍କ ସହ ଏକ କ୍ୟାମ୍ପ କରିବା ସହ ଅନ୍ତେବାସୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ କାରାଗାର ରେ ଥିବା ଅନ୍ୟ କଏଦୀ ଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ l କିନ୍ତୁ କୌଣସି ଶିଶୁ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ ପାଇ ନ ଥିଲେ। ଉକ୍ତ ପରିଦର୍ଶନ ସମୟରେ ଆଇନ ଛାତ୍ର, ବିଜେବି. ଅଟୋନମସ ମହାବିଦ୍ୟାଳୟ, ଭୁବନେଶ୍ୱର ର ଇଣ୍ଟେରସିପ ରାଜୀବ କୁମାର ନନ୍ଦ ଓ ଲମ୍ବୋଦର ପ୍ରଧାନ ଉପସ୍ଥିତ ଥିବାବେଳେ ଉକ୍ତ କାରାଗାରର ଅଧ୍ୟକ୍ଷ ଡିଲେଶ୍ୱର ଜେନା ପରିଦର୍ଶନ ସମୟରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.