ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଆଦିବାସୀ ଅଧ୍ୟୁଷିତ ବନ ପାହାଡ଼ ଘେରା ସବୁଜିମାରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା l ଶିଳ୍ପ ବିହୀନ ଏହି ଜିଲ୍ଲାର ଲୋକେ ସାଧାରଣତଃ କୃଷି, ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି l କୃଷି ହେଉଛି ଏଠାକାର ଅଧିବାସୀଙ୍କ ମୁଖ୍ୟ ଜୀବନ ଜୀବିକା l ତେବେ କୃଷି ପ୍ରାଧାନ୍ୟ ଏହି କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଚାଷ ମଧ୍ୟରେ କପା ଚାଷ ହେଉଛି ଅନ୍ୟତମ l ଜିଲ୍ଲାର ବାର ଗୋଟି ବ୍ଲକ ମଧ୍ୟରେ କନ୍ଧମାଳ ରାୟଗଡା ଜିଲ୍ଲା ସୀମାନ୍ତ କୋଟଗଡ଼ ବ୍ଲକରେ ହିଁ ଏହି କପା ଚାଷ ମୁଖ୍ୟତଃ ଉତ୍ପାଦନ ହୋଇଥାଏ l ବାର ଗୋଟି ବ୍ଲକ ମଧ୍ୟରୁ କୋଟଗଡ଼ ବ୍ଲକକୁ ବାଦ ଦେଲେ ଅନ୍ୟ କୌଣସି ବ୍ଲକ ରେ ଏହି କପା ଚାଷ କାର୍ଯ୍ୟ ହୁଏ ନାହିଁ l କନ୍ଧମାଳ ରାୟଗଡା ଜିଲ୍ଲା ସୀମାନ୍ତ ଏହି କୋଟଗଡ଼ ବ୍ଲକର ଦୁର୍ଗାପାଙ୍ଗା, ଯୋଡ଼ାବାଲି ଓ ଧରାକୋଟ ପଂଚାୟତରେ ମୁଖ୍ୟତଃ ବହୁଳ ଭାବରେ ଏହି କପା ଚାଷ ହୋଇଥାଏ l ଏହି ତିନି ପଂଚାୟତର ମୋଟ ପାଞ୍ଚ ହଜାରରୁ ଉର୍ଦ୍ଧ ଚାଷୀ ଏହି କପା ଚାଷ ଉପରେ ନିର୍ଭର କରିଥାନ୍ତି l କପା ଚାଷ ପାଇଁ ଉପଯୁକ୍ତ ବାତାବରଣ ସାଙ୍ଗକୁ ମାଟି କପା ଚାଷ ଉପଯୋଗୀ ହୋଇଥିବା କାରଣରୁ ବର୍ଷ ବର୍ଷ ଧରି ଏହି ଚାଷ କାର୍ଯ୍ୟ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଈ ଆସୁଛନ୍ତି ହଜାର ହଜାର କପା ଚାଷୀ l କପା ଚାଷ ହିଁ ଏମାନଙ୍କ ରୋଜଗାରର ମୁଖ୍ୟ ପନ୍ଥା ହୋଇଥିବା ବେଳେ କେବଳ ନିଜସ୍ୱ ଉଦ୍ୟମ ସହ ଜ୍ଞାନ କୌଶଳ ବଳରେ ଏହି କପା ଚାଷକୁ ବଜାୟ ରଖିଛନ୍ତି ହଜାର ହଜାର କପା ଚାଷୀ l କନ୍ଧମାଳ ରାୟଗଡା ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଏହି ଦୁର୍ଗାପାଙ୍ଗା, ଯୋଡ଼ାବାଲି, ଧରାକୋଟ ପଂଚାୟତର ଲୋକେ ପୂର୍ବରୁ ପୋଡୁଚାଷ ଉପରେ ନିର୍ଭର କରି ଆସୁଥିଲେ l ପାହାଡ଼ ପର୍ବତରେ ପୋଡୁଚାଷ କରି କାନ୍ଦୁଲ, ବିରି, କାଙ୍ଗୁ ଆଦି ଶସ୍ୟ ଉତ୍ପାଦନ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ l କିନ୍ତୁ ପଡୋଶୀ ରାୟଗଡା, ବଲାଙ୍ଗୀର, କଳାହାଣ୍ଡି ଆଦି ଜିଲ୍ଲାରେ କପା ଚାଷରୁ ଚାଷୀ ଲାଭାନିତ୍ୱ ହୋଉଥିବା ଦେଖି କପା ଚାଷ ପ୍ରତି ମନ ବଳାଇଥିଲେ l ଏଥିସହ କପା ଚାଷ ପାଇଁ ନିଜ ଅଂଚଳର ମାଟି ଓ ପରିବେଶ ସଂପୂର୍ଣ୍ଣ ଭାବେ ଚାଷ ଉପଯୋଗୀ ହୋଇଥିବା ଜାଣିବା ପରେ ପୋଡୁ ଚାଷ ଉପରୁ ଧୀରେ ଧୀରେ ମନ ଫେରାଇଥିଲେ ଏଠାକାର ଅଧିବାସୀ l ଯାହା ଫଳରେ ୧୯୯୭ ମସିହାରେ କନ୍ଧମାଳ ରାୟଗଡା ଜିଲ୍ଲା ସୀମାନ୍ତ କୋଟଗଡ଼ ବ୍ଲକର ଦୁର୍ଗାପାଙ୍ଗା ପଂଚାୟତରେ ପ୍ରଥମେ କପା ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ପଂଚାୟତବାସୀ l ଧୀରେ ଧୀରେ ଏହି କପା ଚାଷ ବ୍ୟାପକ ହୋଇ ଯୋଡ଼ାବାଲି, ଧରାକୋଟ, କୋଟଗଡ଼, ମାଦାଗୁଡା ଆଦି ପଂଚାୟତରେ ମଧ୍ୟ ଆରମ୍ଭ ହୋଇଥିଲା l କପା ଚାଷରୁ ପ୍ରଥମେ ପ୍ରଥମେ ଭଲ ଅର୍ଥ ଉପାର୍ଜନ ନେଇ ହଜାର ହଜାର କପା ଚାଷୀଙ୍କ ମନରେ ହସ ଫୁଟିଥିଲା l ଯାହା ଫଳରେ ଏହି କପା ଚାଷକୁ ନିଜ ରୋଜଗାରର ମୁଖ୍ୟ ପନ୍ଥା ଭାବେ ବାଛି ନେଇଥିଲେ ଚାଷୀ l ସେଥିପାଇଁ ବର୍ଷ ପରେ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ଯାଇଁ ଏହି କପା ଚାଷକୁ ଜୀବିତ ରଖି ପାରିଛନ୍ତି କପା ଚାଷୀ l ଚାଷୀ ନିଜସ୍ୱ ଖର୍ଚ୍ଚରେ ବିହନ, ସାର, କୀଟନାଶକ ଆଦି ପ୍ରୟୋଗ କରି ଏହି କପା ଚାଷ କରି ଆସୁଥିବା ବେଳେ କୃଷି ବିଭାଗ ପକ୍ଷରୁ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି କପା ଚାଷୀ l ଦୀର୍ଘ ୨୮ ବର୍ଷ ହେବ ଉକ୍ତ ପଂଚାୟତରେ କପା ଚାଷ ହୋଇ ଆସୁଥିଲେ ସୁଦ୍ଧା ବ୍ଲକ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ଆଜିଯାଏଁ ପହଂଚି ପାରିନି ଚାଷୀଙ୍କ ପାଖରେ l କପା ଚାଷ ଉତ୍ପାଦନ କ୍ଷେତ୍ରରେ ଅନନ୍ୟ ପରିଚୟ ସୃଷ୍ଟି କରି ପାରିଥିବା ଏହି କୋଟଗଡ଼ ବ୍ଲକର କପା ଚାଷୀଙ୍କୁ କେବେ ବି ମିଳିନି ସରକାରୀ ଓ ପ୍ରଶାସନିକ ସ୍ତରରେ କୌଣସି ପ୍ରୋତ୍ସାହନ କି କୌଣସି ସହାୟତା ମିଳିନାହିଁ l ଯାହା ଫଳରେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ବାଧ୍ୟ ହୋଇ ନିଜସ୍ୱ ଖର୍ଚ୍ଚରେ ହେକ୍ଟର ହେକ୍ଟର ଚାଷ ଜମି ରେ କପା ଚାଷ କରି ଆସୁଛନ୍ତି କୋଟଗଡ଼ ବ୍ଲକର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ କପା ଚାଷୀ l କନ୍ଧମାଳ ଜିଲ୍ଲାର ବାର ଗୋଟି ବ୍ଲକ ରୁ କେବଳ କୋଟଗଡ଼ ବ୍ଲକ ରେ ହିଁ ଏହି କପା ଚାଷ ଉତ୍ପାଦନ ହେଉଥିବା ବେଳେ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ କେବେ ବି ଦିଆଯାଇନି କପା ଚାଷ ନେଇ ତାଲିମ କି କୌଣସି ପ୍ରଶିକ୍ଷଣ l ତଥାପି ନିଜେ ଶିଖିଥିବା କପା ଚାଷ ପ୍ରଣାଳୀକୁ ଅବଲମ୍ବନ କରି ଚାଷକୁ ଆଗକୁ ନେଇଛନ୍ତି କପା ଚାଷୀ l ତଥାପି ପ୍ରଶାସନ କି କୃଷି ବିଭାଗ ର ନା ଅଛି କୌଣସି ନିଘା କି କୌଣସି ତତ୍ପରତା l କେବଳ ନିଜ ଭାଗ୍ୟକୁ ନିଜ କର୍ମ କୁ ଆଦରି ଧାର କରଜ ହୋଇ କପା ଚାଷ ପାଇଁ ବାହାର ଜିଲ୍ଲାକୁ ଯାଇ କପା ମଞ୍ଜି, ଔଷଧ, କୀଟନାଶକ କିଣି ଖର୍ଚ୍ଚାନ୍ତ ହୋଇ କପା ଚାଷ କରି ଆସୁଛନ୍ତି କପା ଚାଷୀ l ତେବେ ସରକାରୀ ଓ ପ୍ରଶାସନିକ ସ୍ତରରେ କୌଣସି ପ୍ରୋତ୍ସାହନ କି ସହାୟତା ହେଉ କି କପା ଚାଷକୁ ଅଧିକରୁ ଅଧିକ କୋଟଗଡ଼ ବ୍ଲକ ରେ ବ୍ୟାପକ କରିବା ପାଇଁ ଉପଯୁକ୍ତ ତାଲିମ ଓ ପ୍ରଶିକ୍ଷଣ ଭଳି କୌଣସି ପଦକ୍ଷେପ ବର୍ଷ ବର୍ଷ ଧରି ଗ୍ରହଣ କରାଯାଉନଥିବା ହେତୁ ଧୀରେ ଧୀରେ କପା ଚାଷରୁ ମନ ଫେରାଇଲେଣି କପା ଚାଷୀ l ଯଦି ଏବେ ବି କପା ଚାଷ ଉତ୍ପାଦନ କ୍ଷେତ୍ରରେ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଏ ତେବେ କୋଟଗଡ଼ ବ୍ଲକ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଏହି କପା ଚାଷ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରକାଶ ପାଇଛି l ଦୀର୍ଘ ୨୮ ବର୍ଷ ହେବ କନ୍ଧମାଳ ରାୟଗଡା ସୀମାନ୍ତ ଏହି କୋଟଗଡ଼ ବ୍ଲକରେ କପା ଚାଷ ହେଉଥିବା ବେଳେ ଚାଷୀ ସାହୁକାର ଠାରୁ ଧାର ଆଣି କପା ଚାଷ ପାଇଁ ପୋଡ଼ଶୀ ଜିଲ୍ଲାକୁ ଯାଇ ବିହନ, ଔଷଧ, ସାର ଆଦି ଆଣି ଚାଷ କରିଥାଏ l ପ୍ରଶାସନ ପକ୍ଷରୁ କୌଣସି ସହାୟତା କି ପ୍ରୋତ୍ସାହନ ମିଳୁନଥିବା କାରଣ ରୁ ଚାଷୀ ନିଜେ ଏସବୁ ଖର୍ଚ୍ଚ ବହନ କରି ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି l କନ୍ଧମାଳ ଜିଲ୍ଲାରେ କପା ମଣ୍ଡିର ବ୍ୟବସ୍ଥା ନ ଥିବା କାରଣରୁ ଚାଷୀ ଅଭାବୀ ବିକ୍ରି ର ଶିକାର ହେଉଛନ୍ତି l ଗୋଟିଏ ପଟେ ବିହନ ସାର କୀଟନାଶକ ଔଷଧର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ କପାର କୁଇଣ୍ଟାଲ ପ୍ରତି ଦର କମ ରହୁଥିବା କାରଣରୁ ଏବେ ଚିନ୍ତାରେ ହଜାର ହଜାର କପା ଚାଷୀ l ଗୋଟିଏ ପଟେ ସାହୁକାରଙ୍କ ଠାରୁ ଧାର କରି ଚାଷୀ ଋଣଗ୍ରସ୍ତ ହୋଉଥିଲା ବେଳେ ଉପଯୁକ୍ତ ଦର ମିଳୁନଥିବା ସାଙ୍ଗକୁ ପ୍ରଶାସନ କି ସରକାରଙ୍କ ପ୍ରୋତ୍ସାହନ ମିଳୁନଥିବା କାରଣ ରୁ ଏବେ କପା ଚାଷ ରୁ ମନ ଫେରେଇଲେଣି ହଜାର ହଜାର କପା ଚାଷୀ l କପା ଚାଷ ଉତ୍ପାଦନ ରେ କନ୍ଧମାଳ ଜିଲ୍ଲା ର ବାର ଟି ବ୍ଲକ ମଧ୍ୟରେ କୋଟଗଡ଼ ବ୍ଲକ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ସୁଦ୍ଧା କେବଳ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ର ଅବହେଳା ସକାଶେ ଆଜି ଦୁର୍ଦ୍ଦିନରେ ୫୦୦୦ ରୁ ଉର୍ଦ୍ଧ କପା ଚାଷୀ l ନିଜସ୍ୱ ଉଦ୍ୟମରେ ସଫଳ ଭାବେ କପା ଉତ୍ପାଦନ କରି ଆସିଥିବା ଏହି କପା ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ କନ୍ଧମାଳ ଜିଲ୍ଲାରେ କପା ଚାଷକୁ ବ୍ୟାପକ କରିବାରେ ବିଫଳ ହୋଇଛି କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ l ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ ଜିନିଙ୍ଗ ମିଲ, କପା ମିଲ ଭଳି ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବାକୁ ଦାବି କରିଛନ୍ତି କପା ଚାଷୀ l କନ୍ଧମାଳ ଜିଲ୍ଲାରେ ଜିନିଙ୍ଗ ମିଲ ହେଲେ କପାରୁ ସୁତା ପ୍ରସ୍ତୁତ ସହ କପା ମିଲ ହେଲେ କପା ମଞ୍ଜିରୁ ତେଲ ଉତ୍ପାଦନ ମଧ୍ୟ ହୋଇପାରିବ l ଯାହା ଫଳରେ ଚାଷୀ କପା ଚାଷ କରି ଅଧିକ ଲାଭବାନ ହେବା ସାଙ୍ଗକୁ ଜିନିଙ୍ଗ ମିଲ ଓ କପା ମିଲ ଦ୍ୱାରା ବେକାରୀ ସମସ୍ୟା କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ l ଯଦି ଯଥାଶୀଘ୍ର କପା ଚାଷୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆ ନଯାଏ ତେବେ କପା ଚାଷ ରୁ ନିବୃତ ରହି କପା ଚାଷ ଛାଡିବାକୁ ଚେତାବନୀ ଦେଇଛନ୍ତି l ତେବେ ଏ ନେଇ ବାଲିଗୁଡା ଉପଜିଲ୍ଲାପାଳ ରୀନା ପ୍ରଧାନ କୋଟଗଡ଼ ବ୍ଲକର ସ୍ୱତନ୍ତ୍ର କପା ଚାଷ ଉପରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ।