ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ସ୍ୱଚ୍ଛ କାର୍ଯ୍ୟକଳାପରେ ଆଶା ପ୍ରକଟ କରି ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛନ୍ତି। ସଂଗଠନକୁ ସୁଦୃଢ କରିବା ସହ ସୁପ୍ରିମୋ ଯାହା ନିର୍ଦେଶ ଦେବେ ତାକୁ ମୁଁ ଠିକ୍ ଭାବାରେ ପରିଚାଳନା କରିବି ବୋଲି କହିଛନ୍ତି ମାନ୍ୟବର ବିଧାୟକ। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ପଦ୍ମନାଭ ବେହେରା, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି।