ଜମ୍ମୁ-କାଶ୍ମୀରର ତ୍ରାଲରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀଙ୍କୁ ନିହତ କଲେ ସୁରକ୍ଷା ବାହିନୀ

ଜମ୍ମୁ-କାଶ୍ମୀରର ତ୍ରାଲରେ ସୁରକ୍ଷା ବାହିନୀ ଏନକାଉଣ୍ଟର ଆରମ୍ଭ କରିଛନ୍ତି। ଜମ୍ମୁ-କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଦୁଇଜଣ ଆତଙ୍କବାଦୀ ଏବେ ବି ଉପସ୍ଥିତ ଥିବା ଜଣାପଡ଼ିଛି।

ଏହି ଆତଙ୍କବାଦୀମାନେ ଆତଙ୍କ ପ୍ରସାର କରିବା ଉଦ୍ଦେଶ୍ୟରେ ଆସିଥିଲେ। ଅପରେସନ ସିନ୍ଦୂର ପରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରିସାରିଛନ୍ତି। କାଶ୍ମୀରର ଅନେକ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ଚାଲିଛି।

ଗୁରୁବାର ସକାଳେ ଜମ୍ମୁ ଓ କାଶ୍ମୀର ପୋଲିସ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଏନକାଉଣ୍ଟର ବିଷୟରେ ସୂଚନା ଦେଇଛି। କାଶ୍ମୀର ଜୋନ୍ ପୋଲିସ ତାର X ହ୍ୟାଣ୍ଡେଲରେ ଲେଖିଛନ୍ତି, “ଅୱନ୍ତିପୋରାର ତ୍ରାଲ୍ ଅଞ୍ଚଳର ନାଦେରରେ ପୋଲିସ ଏବଂ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ଏନକାଉଣ୍ଟର ଆରମ୍ଭ କରିଛନ୍ତି।”

ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ସେମାନେ ଅନ୍ୟ ସ୍ଥାନରେ ମଧ୍ୟ ସର୍ଚ୍ଚ ଅପରେସନ୍ କରୁଛନ୍ତି ଏବଂ ଆତଙ୍କବାଦୀମାନଙ୍କୁ ଖୋଜୁଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ଦୁଇଜଣ ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.