ଗ୍ରାମୀଣ ଓଡ଼ିଶାରେ କର୍କଟ ରୋଗର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରୁଛି ବେଦାନ୍ତ

ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ବେଦାନ୍ତ ଆଲୁମିନା ପ୍ରକଳ୍ପ ପକ୍ଷରୁ ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଜଗଦଲପୁର ସରକାରୀ ମେଡିକାଲ ପରିସରରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଓ ଦିନିକିଆ କ୍ୟାନସର ଯାଞ୍ଚ ଶିବର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଆସିଥିବା ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁଳ୍କ ଔଷଧ ବଣ୍ଟନ କରାଯାଇ ଥିବା ବେଳେ କର୍କଟ ରୋଗର ଯାଞ୍ଚ ପାଇଁ କିଛି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ଜଗଦଳପୁର ସରପଞ୍ଚ ରାମେଶ୍ବର ବାରିଆକା ଓ ସମିତି ସଭ୍ୟା ଭାଲନ୍ତି କୁଶୁଲିଆ ଉପସ୍ଥିତ ରହି ଶିବିରର ଶୁଭ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ରକ୍ତ ଜନିତ ରୋଗ ବିଶେଷଜ୍ଞ ଡ. ନିଲେସ ଜୈନ, ଶିଶୁ ରୋଗ ବିଶେଷଜ୍ଞ ଡ. ବିକାଶ ରଞ୍ଜନ ପ୍ରହରାଜ, ନାଲକୋ ମେଡିକାଲର ଆଞ୍ଚଳିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ହେମଲତା, ଜଗଦଳପୁର ସରକାରି ଡାକ୍ତରଖାନାର ଡ଼ାକ୍ତର ଡ. ପାର୍ଥ ସାରଥି ସାହୁ, ବେଦାନ୍ତ ମେଡିକାଲ ଅଫିସର ପ୍ରଶାନ୍ତ କୁମାର ପରିମାଣିକ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବେଦାନ୍ତ ସି.ଏସ.ଆର ମୂଖ୍ୟ ଶିଶିର ତରଫଦାର, ସି.ଏସ.ଆର ବିଭାଗ ବଣ୍ଟିରାଣୀ ପତଗିରି, ବେଦାନ୍ତ ମେଡ଼ିକାଲ କୋଡ଼ିନେଟର ଅଶୋକ କୁମାର ଖୁରା ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ୪୦୦ ରୁ ଅଧିକ ରୋଗୀ ମାନଙ୍କୁ ଏହି ଦିନିକିଆ ଶିବିର ଦ୍ୱାରା ଚିକିତ୍ସାସେବା ଯୋଗାଇ ଦିଆଯାଇଥିଲା । ବେଦାନ୍ତ ପକ୍ଷରୁ ସାଧାରଣ ଲୋକମାନଙ୍କ ପାଇଁ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଓ ଏପରି ଏକ ପରୀକ୍ଷା ଶିବିର ଆୟୋଜନ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଏଥିପାଇଁ ବେଦାନ୍ତ ଧନ୍ୟବାଦର ପାତ୍ର ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.