ସତ୍ୟସାଇ ବିଦ୍ୟାମନ୍ଦିର ଭବାନୀପାଟଣାର ଅଭୂତପୂର୍ବ ସଫଳତା

ସିବିଏସ୍‌ଇ ଦଶମ ପରୀକ୍ଷାରେ ଜିଲ୍ଲା ଦ୍ୱିତୀୟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହରର ଘୋଡାଘାଟ ଛକ ନିକଟସ୍ଥ ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ଚଳିତ ବର୍ଷ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା- ୨୦୨୫ ରେ ଅଭୁତପୂର୍ବ ସଫଳତା ପାଇଛି। ସିବିଏସ୍‌ଇ ଦଶମ ପରୀକ୍ଷାରେ ଶ୍ରୀୟାଂଶୁ ଦାଶ ସର୍ବମୋଟ ୯୭.୪% ମାର୍କ ରଖି କଳାହାଣ୍ଡି ଜିଲ୍ଲାର ଦ୍ୱିତୀୟ ସର୍ବମୋଟ ମାର୍କ ପ୍ରାପ୍ତ ଛାତ୍ର ଭାବରେ ବିଦ୍ୟାଳୟ ଓ ଜିଲ୍ଲା ପ୍ରତି ଗର୍ବ ଓ ଗୌରବ ଆଣିଛନ୍ତି। ସେହିଭଳି ସୋହମ୍ ମିଶ୍ର ୯୬.୨%, ଆଞ୍ଚଲ ପଣ୍ଡା ୯୫%, ସୋୟମପ୍ରଭା ଜୟସିଂହ ୯୪.୮%, ଜାହ୍ମବୀ ସିନ୍ଧେ ୯୩.୨%, ରୀତିଶା ପଣ୍ଡା ୯୩% ଓ ଅଭିଶେକ ବେହେରା ୯୨.୬% ମାର୍କପାଇ ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ଦଶମରେ ଶତପ୍ରତିଶତ ଫଳାଫଳ ହୋଇଥିବା ବେଳେ ସର୍ବମୋଟ ୫୬ ଜଣରୁ ୯ ଜଣ ୯୦%, ୧୮ ଜଣ ୮୦% ଉପରେ ମାର୍କ ପାଇଛନ୍ତି। ସେହିଭଳି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ସୁଶ୍ରୀ ଅନନ୍ୟା ଦାସ ସର୍ବମୋଟ ୮୩.୮୦% ପ୍ରତିଶତ ମାର୍କ ଆଣି କଳାହାଣ୍ଡି ଜିଲ୍ଲାରେ ଗୌରବ ସୃଷ୍ଟି କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ବିଦ୍ୟାଳୟ ଓ ଜିଲ୍ଲାକୁ ଗୌରବାନ୍ୱୀତ କରିଥିବାରୁ ପରିଚାଳନା ସଦସ୍ୟ, ଅଭିଭାବକ, ଶିକ୍ଷକ ଓ ସାଧାରଣରେ ଆନନ୍ଦ ଖେଳିଥିବା ବେଳେ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.