ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଚାଲିଗଲା ଯୁବକଙ୍କ ଅମୂଲ୍ୟ ଜୀବନ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଛେଳି ଚରାଇବାକୁ ଯାଇଥିବା ବେଳେ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଚାଲିଗଲା ଯୁବକ ଙ୍କ ଜୀବନ । ଘଟଣା ଘଟିଛି ଦାରିଙ୍ଗବାଡି ଥାନା ମଣିପୁର ଗ୍ରାମରେ । ପେନାପୁସି ଗ୍ରାମର ସମିତି ପ୍ରଧାନ (୩୩) ସକାଳେ ଛେଳି ନେଇ ମଣିପୁର ଗ୍ରାମ ଆଡେ ଚରାଇବାକୁ ଯାଇଥିଲେ । ହେଲେ ମଣିପୁର ରେ ଥିବା ପାଚେରୀ ବିହୀନ ଟ୍ରାନ୍ସଫର୍ମରେ ଲାଗି ସମିତି ଙ୍କ ଜୀବନ ଚାଲିଯାଇଥିଲା । ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ସମିତି ଙ୍କ ଅକାଳରେ ଜୀବନ ଚାଲିଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏଣୁ ବିଦ୍ୟୁତ୍ ବିଭାଗ ମୃତକ ଙ୍କ ପରିବାର କୁ ଯଥା ଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ଦାରିଙ୍ଗବାଡି ପୁଲିସ ଏନେଇ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଚି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.