ବଲାଙ୍ଗିର,୪/୮ : ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆଜି (ରବିବାର) ପୂର୍ବତନ ସାଂସଦ ତଥା ଜନସେବି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ୧୦୩ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ ହୋଇଯାଇଛି। କୃଷ୍ଣଚନ୍ଦ୍ର ପଣ୍ଡା ସୃତି କମିଟି ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ସ୍ବର୍ଗତ ପଣ୍ଡାଙ୍କ ଲୋକାଭିମୂଖି କାର୍ଯ୍ୟଶୈଳୀ, ବଲାଙ୍ଗିର ଜିଲ୍ଲାର ବିକାଶ ଦିଗରେ ତାଙ୍କର ଅବଦାନ ଉପରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ ।
ପୂର୍ବତନ ସାଂସଦ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ୧୦୩ ତମ ଜୟନ୍ତି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପରିକ୍ଷିତ ସେଠି, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଡିଜି ଶ୍ରୀଯୁକ୍ତ ଅଭୟ କୁମାର ପାଢୀ, ସମ୍ବାଦ ର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଅରବିନ୍ଦ ଦାସ,
ଶ୍ରୀଯୁକ୍ତ ଶଶାଙ୍କ ଶେଖର ପୁରୋହିତ, ସମାଜସେବୀ ଶ୍ରୀଯୁକ୍ତ ଲଳିତ ନାୟକ ଓ ଅବସର ପ୍ରାପ୍ତ ଡିଜିଏମ ଏସବିଆଇ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜିବୀ ଓ ଜନତା ଯୋଗ ଦେଇଥିଲେ ।
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in