ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଜାଣନ୍ତୁ ଶିବ ଉପାସନା ପାଇଁ ଏହି ମାସର ଗୁରୁତ୍ବ

‘‘ଗିରିରାଜ ସୁନାନିତଃ ବାମତନୁ, ତନୁ ନିନ୍ଦିତଃ ରଜତ ଗିରିଧରଃ

ବିଧି ବିଷ୍ଣୁ ଶିରମିଦଂ ପଦଃ ଯୁଗଳ ପ୍ରଣମାମିଂ ଶିବ ଶିବଂ କଳ୍ପତରୁଃ ।’’

ପରମ ଯୋଗୀ ଦେବ ଦେବ ମହାଦେବଙ୍କ ମହିମା ଗାୟନରେ ଶାସ୍ତ୍ର ପୁରାଣ ମୂଖରିତ ହୋଇଛି । ସଂସାରର ସମସ୍ତ ପାପତାପ ହରଣ କରି ଭକ୍ତ ଜନଙ୍କ ପ୍ରତି କରୁଣା ପ୍ରଦାନରେ ସଦା ସଦୟ ଥିବା ଭୋଳା ଶଙ୍କରଙ୍କ ଆରଧନାର ପ୍ରକୃଷ୍ଠ ସମୟ ହେଉଛି ଶ୍ରାବଣ ମାସ । ଆଜି ହେଉଛି ଚଳିତ ବର୍ଷ ଶ୍ରାବଣ ତୃତୀୟ ସୋମବାର। ଏହି ମାସରୁ ଚର୍ତୁମାସ ଆରମ୍ଭ ହେଉଥିବାରୁ ବୈଦିକ କାଳରୁ ଏହାର ଗୁରୁତ୍ବ ରହିଆସିଛି ।

ପୂର୍ବ କାଳରେ ପରିବ୍ରାଜକ ସାଧୁ ସନ୍ଥ ମାନେ ଏହି ସମୟରେ ଗୋଟିଏ ସ୍ଥାନରେ ଚାରି ମାସ ରହି ଜପ ତପ, ଶାସ୍ତ୍ର ଆଲୋଚନା ଆଦି କରୁଥିଲେ । ଏହି ସମୟରେ ମହାଦେବଙ୍କୁ ଆରଧନା କଲେ ଅଧିକ ସୁଫଳ ମିଳିବାର ବିଶ୍ବାସ ରହିଥିବାରୁ ତଥା ସୋମବାର ଶିବଙ୍କ ଅତିପ୍ରିୟ ବାର ହୋଇଥିବାରୁ ଶୈବଭକ୍ତଙ୍କ ମନରେ ଅଧିକ ଉତ୍ସାହ ଦେଖାଯାଇଥାଏ । ଦେଶର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ନାମରେ ପରିଚିତ ଶିବ ମନ୍ଦିର ଗୁଡ଼ିକର ଭକ୍ତଙ୍କ ଗହଳି ଲାଗି ରହିଥାଏ ।

ଓଡ଼ିଶାର ପ୍ରମୁଖ ଶିବାଳୟ ଗୁଡ଼ିକରେ ଆଜି କାଉଡିଆ ମାନଙ୍କ ଭିଡ଼ ଲାଗି ରହିଛି। ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, କଟକ ଜିଲ୍ଲାର ଧବଲେଶ୍ୱର, ଢେଙ୍କାନାଳ ଜିଲ୍ଲାର କପିଳେଶ୍ୱର, ସମ୍ବଲପୁର ଜିଲ୍ଲାର ଧମାସ୍ଥିତ ବିମଳେଶ୍ୱର ମନ୍ଦିର, କୋରାପୁଟ ଜିଲ୍ଲାର ଧବଳେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ଶିବାଳୟ ଗୁଡ଼ିକରେ ମଧ୍ୟ ଭିଡ଼ ରହିଛି । 

ଶ୍ରାବଣ ମାସର ସୋମବାରରେ ଦ୍ୱାଦଶ ଜ୍ୟୋର୍ତିଲଙ୍ଗ ଦର୍ଶନ କଲେ ଅନେକ ପୂଣ୍ୟ ମିଳିଥାଏ। ତେଣୁ ନିଜର ପାପ ଧୋଇବା ପାଇଁ ଅର୍ଥାତ ପୂଣ୍ୟ ଅର୍ଜନ ପାଇଁ ସୁଯୋଗ ମିଳିଲେ ଏଭଳି ପବିତ୍ର ସ୍ଥାନରେ ଶ୍ରଦ୍ଧାଳୁ ଓ ମାନସକଧାରୀ ପହଞ୍ଚିଥାନ୍ତି । 

ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ 

ସୋମନାଥ, ସୌରାଷ୍ଟ୍ର (ଗୁଜୁରାଟ)

ମଲ୍ଲିକାର୍ଜୁନ, ଶ୍ରୀଶୈଲ (ଆନ୍ଧ୍ରପ୍ରଦେଶ)

ମହାକାଳ, ଉଜୈନ (ମଧ୍ୟପ୍ରଦେଶ)

ଓକାରେଶ୍ୱର, ମାନ୍ଧାତା (ମଧ୍ୟପ୍ରଦେଶ)

କେଦାରନାଥ, ଉତ୍ତରାଖଣ୍ଡ

ଭୀମାଶଙ୍କର, ପୁନେ (ମହାରାଷ୍ଟ୍ର)

କାଶୀ ବିଶ୍ୱନାଥ, ବାରାଣସୀ (ଉତ୍ତରପ୍ରଦେଶ)

ତ୍ରୟମ୍ବକେଶ୍ୱର, ନାସିକ (ମହାରାଷ୍ଟ୍ର)

ବୈଦ୍ୟନାଥ, ଦେଓଘର (ଝାଡ଼ଖଣ୍ଡ)

ନାଗେଶ୍ୱର, ଦ୍ୱାରକା (ଗୁଜୁରାଟ)

ରାମେଶ୍ୱର, କନ୍ୟାକୁମାରୀ (ତାମିଲନାଡୁ)

ଘୃଣେଶ୍ୱର, ଔରଙ୍ଗାବାଦ (ମହାରାଷ୍ଟ୍ର)

Click here to get daily News  & Views updates
Like our Facebook page
https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.