ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ବାପା ଓ ଝିଅର ସମ୍ପର୍କକୁ ନେଇ ଏକ ସୁନ୍ଦର ମ୍ୟୁଜିକ ଭିଡ଼ିଓ ‘ଗେଲବସର’ ରିଲିଜ ହୋଇଛି। ମା ନ ଥିବା ବେଳେ ଏକା ଜଣେ ବାପା କେତେ କଷ୍ଟ କରି ଦୁନିଆ ସହ ଲଢ଼ି ନିଜ ଝିଅକୁ ଭଲ ପାଇପାରେ, ଏହି ଭିଡ଼ିଓରେ ଏହା ପ୍ରଦର୍ଶିତ ହୋଇଛିା ଓଏସଆର ପ୍ରଡକ୍ସନ ନିବେଦିତ ଏବଂ ନିର୍ଦ୍ଦେଶକ ପପୁ ସାହୁ ନିର୍ଦ୍ଦେଶିତ ଡବି ବବଲି ପ୍ରେଜେଣ୍ଟସ୍ ଆଲବମ ହେଉଛି ଗେଲ ବସର। ଗୀତଟିକୁ ପୁଷ୍ପକ ପରିଡ଼ା ଲେଖିଥିବାବେଳେ ତାକୁ ସଙ୍ଗୀତରେ ସଜେଇଛନ୍ତି ସଂଗ୍ରାମ ଚମ୍ପତିରାୟ। ଗୀତଟିକୁ ସାଇ ଦିବ୍ୟାଂଶି ଗାଇଥିବା ବେଳେ ତାଙ୍କ ସହ କଣ୍ଠ ଦାନ କରିଛନ୍ତି ଶ୍ରୀତମ। ଏଥିରେ ମୁଖ୍ୟ ଭୂମିକାରେ ଚଳଚ୍ଚିତ୍ର ଅଭିନେତା ଦିପାନ୍ଵିତ ଥିବା ବେଳେ ଝିଅ ଭୂମିକାରେ ସାଇ ଦିବ୍ୟାଂଶି ଶତପଥୀ ଅଭିନୟ କରିଛନ୍ତି।