ବିରଜା ପ୍ରସାଦ ନାୟକଙ୍କ କବିତା : ମଗୁଶିର

ବୁଧବାର

ମଝିରାତି ପାର୍
ଫୋନ୍ କଲ୍:

କୋଉ ଝୋଟି ପକେଇଵି
ଲକ୍ଷ୍ମୀପାଦ, ଧାନ ସିସା
ପଦ୍ମଫୁଲ..

ନାଁ ଟିକିଏ ଭିନ୍ନ୍ ଅପାରମ୍ପରିକ

କୁଟାଗାଦୀ
ମେଇଁଖୁଣ୍ଟ
ବଳଦ ଗୁହାଳ

ଷ୍ଟେଟ୍ ବ୍ୟାଙ୍କ କୋଲପ
ଚାବି ଚିତ୍ର

ଲାଇକ୍ ତିନିଶ’ ଆସିବା ଦରକାର

ଚାଉଳବଟା ରେ ଆଙ୍ଗୁଳି ବୁଡ଼େଇ
ଛିଞ୍ଚାଡି ଦେଇଯିବିକି
ଧାଡ଼ି ଧାଡ଼ି

+ + + + + + + +

ଉତ୍ତର:

କିଏ ଉକୁଟି ଉଠିବା ଦରକାର
ତମେ ନାଁ ଝୋଟି

ଝୋଟି କ’ଣ
ଚାଟିଂ କରିପାରିବ
ରାତି ରାତି

ଟିକିଏ ବୋଲ୍ଡ ହେଇ ଫଟୋ ଛାଡ
ଏତେ ଘୋଡେଇ ହେଇଛ ଯେ…..!

ମୋ: 06370426075

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.