ମାତିଛି ହାତୀ : କାନ୍ଦୁଛି ଚାଷୀ

ଲାଞ୍ଜିଗଡ,୫/୧୨:

ଜଙ୍ଗଲୀ ହାତୀଙ୍କ ଉପଦ୍ରବ ସବୁ ସିମା ପାର କରିସାରିଲାଣି । ଜନ ବସତି ମୂହାଁ ହୋଇଥିବା ଏହି ହାତୀପଳ କୃଷକର ଚାଷ ଜମି ଭିତରେ ପସି ବ୍ୟାପକ ଫସଳ ନଷ୍ଟ କରିବା ସହ ଅଧୀବାସୀ ମାନଙ୍କ କୁଡିଆ ଭାଙ୍ଗି ପକାଉଛନ୍ତି । ବର୍ଷ ଯାକର ହାଡଭଙ୍ଗା ପରିଶ୍ରମ କରି ଫସଳ ଉତ୍ପନ୍ନ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଚେତୁ ନାହିଁ ପ୍ରସାଶନ । ଏପରି ଏକ ଖବର ଆସିଛି କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଳକରୁ ।

ବ୍ଲକର ବନ୍ଦପାରୀ ବିଜେପୁର , ପାଇକବୋରୀ , ମାଚୁଲକାଣିବୋରୀ , କମର୍ଧା , ମୁଣ୍ଡାପଲା ଆଦି ଅଞ୍ଚଳରେ ମାତିଛନ୍ତି  ଜଙ୍ଗଲୀ ହାତୀ । ସେମାନଙ୍କ ଉପଦ୍ରବ ଯୋଗୁଁ ବିଭିନ୍ନ ଚାଷ ନଷ୍ଟ ହେବା ସାଙ୍ଗେସାଙ୍ଗେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସେହିପରି ଏହି ବ୍ଳକ ଅନ୍ତର୍ଗତ ଲାଞିଗଡ ରୋଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ ଗାଁର ଧନୁ ଶବର ଓ ବେଣୁଧର ଶବର ଙ୍କ ଧାନଚାଷ ସହିତ କଦଳୀ ଗଛ ନଷ୍ଟ  ହୋଇଥିବା ବନ ବିଭାଗକୁ ସୂଚନା ଦିଆଯାଇଛି । ବିଗତ ବର୍ଷ ମାନଙ୍କରେ ମଧ୍ୟ ହାତୀ ଆକ୍ରମଣରେ ଅନେକ ଜନଜୀବନ ନଷ୍ଟ ହୋଇଛି ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ଗୋପାଳଦାସ ମହାନନ୍ଦଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.