କିଡିଙ୍ଗ ବେହେରା ପୋଲରେ ଓଲଟିଲା ଧାନ ବୋଝେଇ ଟ୍ରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ ବେହେରା ପୋଲରେ ଓଲଟିଛି ଏକ (ସିଜି-୦୬-ଜି-ୱାଇ ୬୩୬୬) ବିଶିଷ୍ଟ ଧାନ ବୋଝେଇ ଟ୍ରକ। ଧାନ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ବେହେରା ପୋଲ ରାସ୍ତା କଡ଼ରେ ଓଲଟି ପଡିଥିବା ବେଳେ ଏଥିରେ ଡ୍ରାଇଭର ଓ ସହଯୋଗୀ ସାମାନ୍ୟ ଆଘାତ ହୋଇଛନ୍ତି। ଟ୍ରକଟି ରାୟପୁର ଛତିଶଗଡରୁ ଧାନ ବୋଝେଇ କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିଲା। ତେବେ ଏ ସମ୍ପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.