ନୂଆପଡା,୧୫/୮ : ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ନୂଆପଡା ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁ, ଆରକ୍ଷୀ ଅଧିକାରୀ ଶ୍ରୀ ସ୍ମିଥ ପି ପରମାର ଏବଂ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ସୀତାରାମ ପଟେଲ ଙ୍କ ଉପସ୍ଥିତି ରେ ସ୍ୱାଧୀନତା ଦିବସ ଅତି ହର୍ଷ ଉଲ୍ଲାସ ରେ ପାଳିତ ହୋଇ ଯାଇଛି ।
ତାହା ସହିତ ବିଭିନ୍ନ ସଂଗଠନ, ସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନ ଯଥା ନେହେରୁ ଯୁବା କେନ୍ଦ୍ର ନୂଆପଡା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୂଆପଡା, ୱାର୍ଡ ନମ୍ବର 3 ର ଅଙ୍ଗନବାଡି କେନ୍ଦ୍ର, ଖରିଆର ରୋଡ ଖେଳ ପଡିଆ ରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇ ଥିଲା । କୋମନା ବ୍ଲକ ସ୍ଥିତ ସୁନାବେଡା ଅଭୟାରଣ୍ୟର ବଣ ପାହାଡ ଘେରା ଗାତିବେଡ଼ା ଗାଁ ର ଗାତିବେଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ସ୍ଥାନୀୟ ଆମ୍ବେଦକର କ୍ଲବ ର ସଦସ୍ୟ ଏବଂ ଗାତିବେଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ମିଳିତ ଭାବେ ସ୍ଵାଧୀନତା ଦିବସକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ଗ୍ରାମର ଗଉନ୍ତିଆ ଶ୍ରୀଯୁକ୍ତ ଅମର ସିଂହ ଧରୁଆ ଓ ପ୍ରଧାନ ଶିକ୍ଷକ ତ୍ରିନାଥ ଶବର ପତାକା ଉତ୍ତୋଳନ ପୂର୍ବକ ଛାତ୍ରଛାତ୍ରୀଙ୍କ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ଶିକ୍ଷକ ଶ୍ରୀ କୃଷ୍ଣଲାଲ ଦୁରିଆ ଓ ଫାଲ୍ଗୁନି ସାହୁ ଗ୍ରାମବାସୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଶ୍ରୀ ସହଦେବ ଶବର, ପରମେଶ୍ୱର ମାଝୀ, କିଶୋର ବାଗ, ବବି ଜଗତ ପ୍ରମୁଖ ସହଯୋଗ କରିଥିଲେ। ଗ୍ରାମବାସୀ ସ୍କୁଲ ଛାତ୍ରଛାତ୍ରୀ ପ୍ୟାରେଡ଼ ଦଳ ସହ ଗ୍ରାମ ପରିକ୍ରମା କରି ସ୍ଲୋଗାନ ଦ୍ୱାରା ଅଭୟାରଣ୍ୟ ପ୍ରତିଧ୍ବନିତ ହୋଇଥିଲା।