ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ

ରାୟଗଡ,୧୫/୮ : ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗଷ୍ଟ ୧୫ତାରିଖ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ସକାଳ ୭ଟା ୧୫ମିନିଟ ସମୟରେ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଉପସ୍ଥିତ କାର୍ଯ୍ୟାଳୟର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ ।

ରାୟଗଡ ଅତିିରିକ୍ତ ଜିଲ୍ଳାପାଳ ସୁଧାକର ଶବର, ଡେପୁଟି କଲେକ୍ଟର ସୁବ୍ରତ ପାଣିଗ୍ରାହୀ, ନାରାୟଣ ମିଶ୍ର, ଭାସ୍କର ଜେନା, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିିଥିଲେ । ସେହିପରି ଜିଲ୍ଳାର ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକରେ ଜାତୀୟ ପତାକା ଉତୋଳନ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.