୪ର୍ଥ ବାଟାଲିୟନ ସିଆରପିଏଫ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରୀ

ଅନାଥାଶ୍ରମ ଓ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ କମାଣ୍ଡଡେଣ୍ଟ ପାଳିଲେ ସ୍ୱାଧୀନତା ଦିବସ

ରାୟଗଡ,୧୫/୮ : ଚଳିତ ବର୍ଷ ଅଗଷ୍ଟ ୧୫ତାରିଖରେ ୭୩ତମ ସ୍ୱାଧୀନତା ଦିବସ ସହ ପବିତ୍ର ରକ୍ଷା ବନ୍ଧନ ପଡିଥିବା ବେଳେ ଏହାକୁ ରାୟଗଡ ସହରର ଇନ୍ଦିରା ନଗର ଠାରେ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ ହେଡ୍ କ୍ୱାଟର୍ସ ପରିସରରେ ମହା ସମାରୋହରେ ପାଳନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କମାଣ୍ଡଡେଣ୍ଟ ୱାଇ.କେ.ରାଜପୁତ ଜାତୀୟ ପତାକା ଉତୋଳନ କରି ସ୍ୱାଧୀନତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ଦେଶକୁ ସ୍ୱାଧୀନତା ଆଣିବାରେ ସଂଗ୍ରାମୀ ଭାବେ ନିଜ ଜୀବନକୁ ବଳିଦାନ ଦେଇଥିବା ମହାନ ବରପୁତ୍ର ଓ ଦେଶକୁ ସୁରକ୍ଷା ଦେଇ ଶହୀଦ ହୋଇଥିବା ଯବାନମାନଙ୍କ ବଳିଦାନ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

 

ଏହି ଉତ୍ସବ କାର୍ଯ୍ୟକ୍ରମରେ ନିଜର କର୍ତବ୍ୟରେ ଦେଶପାଇଁ ଉତ୍ସଗୀକୃତ ସେବା ସହ ସାହସିକତା ,ବୀରତ୍ୱ ପାଇଁ ପୁରସ୍କୃତ ହୋଇଥିବା ଯବାନମାନଙ୍କ ନାମକୁ ପଠନ କରିଥିବା ବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଓ ଯବାନମାନେ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସେକେଣ୍ଡ-ଇନ୍-କମାଣ୍ଡଡେଂଟ ଶ୍ରୀମତି ମିତୁ ରଏ, ଆସିସଷ୍ଟାଂଟ କମାଣ୍ଡଡେଂଟ ସୁମନ ମିଶ୍ରା, ଲକ୍ଷ୍ମୀ ନାରାୟଣଙ୍କ ସମେତ ଅନ୍ୟ ଅଧିକାରୀ ଓ ଯବାନମାନେ ଉପସ୍ଥିତ ରହିଥିଲେ ।

ସେହିିପରି ହେଡ୍ କ୍ୱାଟର୍ସର ପତାକା ଉତୋଳନ କାର୍ଯ୍ୟକ୍ରମ ପରେ ସମସ୍ତ ଅଧିକାରୀ ଓ ଯବାନମାନେ ସହରର ସ୍ଥାନୀୟ ସେବା ସମାଜ ଅନାଥାଶ୍ରମର କୁନି କୁନି ଅନ୍ତେବାସୀ ଓ ଶକ୍ତି ଅନୁଷ୍ଠାନର ବୃଦ୍ଧାଶ୍ରମର ବୃଦ୍ଧବୃଦ୍ଧା ଅନ୍ତେବାସୀଙ୍କ ସହ ମିଶି ସ୍ୱାଧୀନତା ଦିବସ ପାଳନ କରିଥିଲେ । ଅନ୍ତେବାସୀମାନଙ୍କୁ ଷ୍ଟେସନାରୀ ସାମଗ୍ରୀ ସହ ଫଳ ଓ ଔଷଧ ବଂଟନ କରିଥିଲେ ।

ସେହିପରି ଅଗଷ୍ଟ ୧୫ତାରିଖରେ ଭାଇ ଉଉଣୀଙ୍କ ପବିତ୍ର ସଂପର୍କର ସ୍ନେହର ଦିନ ରକ୍ଷା ବନ୍ଧନ ମଧ୍ୟ ପାଳିତ ଥିବାରୁ ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେଶର ସୀମାନ୍ତ ହେଉ ଅଥବା ଆଭ୍ୟନ୍ତରୀଣକୁ ସୁରକ୍ଷା ଯୋଗାଇ ଦେଇ ଆସୁଥିବା ଯବାନମାନଙ୍କ ପାଇଁ ସାରା ଦେଶବାସୀ ଶାନ୍ତି ନିଦ୍ରାରେ ଶୋଇ ପାରୁଛନ୍ତି । ତେଣୁ ଭଉଣୀମାନେ କେବଳ ନିଜର ଭାଇଙ୍କ ହାତରେ ହିଁ ନାହିଁ ସେହି ଯବାନମାନଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧି ଦେଶର ସୁରକ୍ଷା ଆଶା ରଖିଥାନ୍ତି ।

ଏହି ଉଦ୍ଦେଶ୍ୟ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ଓ ରୟତ କଲୋନୀ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରଜାପତି ଓମ ଶାନ୍ତି ସଂସ୍ଥାର ଭଉଣୀମାନେ ସିଆରପିଏଫ ଅଧିକାରୀ ଓ ଯବାନମାନଙ୍କ ହାତରେ ରାକ୍ଷି ବାନ୍ଧିଥିଲେ । କାର୍ଯ୍ୟକ୍ରମ ଶେଷରେ ସେକେଣ୍ଡ ଇନ୍ କମାଣ୍ଡଡେଂଟ ଶ୍ରୀମତି ମିତୁ ସିଂ ଭାଇଭଉଣୀଙ୍କ ପବିତ୍ର ସଂପର୍କର ଡୋରି ରାକ୍ଷୀ ବନ୍ଧନ ଉପରେ ବକ୍ତବ୍ୟ ଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.