ବଲାଙ୍ଗିରରେ ଗହ୍ମା ପୂର୍ଣିମା : ଭାଇର ଶୁଭ ମନାସି ଭଉଣୀ ବାନ୍ଧିଲେ ରାକ୍ଷୀ

ବଲାଙ୍ଗିର,୧୬/୮ : ସନାତନ ଧର୍ମଧାରାର ଏକ ମହାନ ପର୍ବ ଗହ୍ମା ପୂର୍ଣିମା । ଏହି ଦିନ ଇଶ୍ବରଙ୍କ ଅଷ୍ଟମ ଅବତାର ଭାବେ ଯଦୁ ବଂଶରେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ବଳରାମ । ଯିଏ କୃଷିର ପ୍ରତିନିଧିତ୍ବ କରନ୍ତି । ଏହି ଦିନ ଚାଷୀ ଗୋପୂଜନ ଓ ବଳଭଦ୍ର ଜନ୍ମ ପାଳନ କରୁଥିବା ବେଳେ ଭାଇର ଶୁଭ ମନାସୀ ଭଉଣୀ ରାକ୍ଷୀ ବାନ୍ଧିଥାଏ । ଏହି ପବିତ୍ର ଅବସରରେ ବଲାଙ୍ଗିର ସହର ଚଳଚଞ୍ଚଳ ହୋଇ ଉଠିଥିଲା ।

Omkar Vasthu
Omkar Vasthu

ରକ୍ଷା ବନ୍ଧନ ଦ୍ଵାରା ଭାଇ ଭଉଣୀର ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହୋଇଥିଲା ରକ୍ଷା ବନ୍ଧନ । ସେହିପରି ସମାନ ଭାବରେ ବଲାଙ୍ଗୀର ସହରରେ ମଧ୍ୟ ଏହି ସ୍ନେହ ଓ ଶ୍ରଦ୍ଧା ର ପର୍ବ ରକ୍ଷା ବନ୍ଧନ ପାଳିତ ହୋଇଛି। ଯାହାକୁ ନେଇ ବଲାଙ୍ଗୀର ସହର ହୋଇ ଉଠିଛି ଉତ୍ସବ ମୁଖର ହୋଇ ଉଠିଥିଲା।

Pearl dental clinic
Near Ashish Medical Store, Bhawanipatna

ଘରେ ଘରେ ଆନନ୍ଦ ଉଲ୍ଲାସ ସହ ସହ ପାଳନ କରୁଥିବାବେଳେ ଭାଇ ଓ ଭଉଣୀ ସ୍ନେହ ଓ ଶ୍ରଦ୍ଧା ଝଲସିଉଠିଥିଲା। ସେହିପରି ବିଭିନ୍ନ ସଂଘ ସଂସ୍ଥା ଏବଂ ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ ଭାଇ ଭଉଣୀ ଙ୍କ ଏହି ଅତୁଟ ନିବିଡ଼ ସମ୍ପର୍କ ଦୃଢ଼ୀଭୂତ ହୋଇଛି। ଏବଂ ଭଉଣୀ ମାନେ ଭାଇର ଶୁଭ ମନାସି ତଥା ଦୀର୍ଘାୟୁ କାମନା କରି ବାନ୍ଧିଛନ୍ତି ରାକ୍ଷୀ। ବଦଳରେ ଭାଇ ଭଉଣୀର ଜୀବନସାରା ସବୁ ଦୁଃଖ କଷ୍ଟ, ଯନ୍ତ୍ରଣା ଦୂର କରିବା ପାଇଁ ସଂକଳ୍ପ ନେଇଥାଏ।

Udyog Nursery
Udyogi Nursery
ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.