ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ବେଙ୍ଗଲୋର ବେକେରି ଦୋକାନକୁ ୧୦ ହଜାର ଟଙ୍କା ଜରିମାନା

ଲାଇସେନ୍ସ ନବୀକରଣ ନ ହେବା ଯାଏଁ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି। ଏହି ସମୟରେ ଜୁନାଗଡ଼ ହାଇସ୍କୁଲ ପଡିଆ ସମ୍ମୁଖରେ ସରକାରୀ ଜାଗା ଉପରେ ଥିବା ବେଙ୍ଗଲୋର ବେକେରି ଦୋକାନରେ ଚଢ଼ାଉ କରାଯାଇ ୧୦ ହଜାର ଟଙ୍କାର ଜରିମାନା କରାଯାଇଛି।

Omkar Vasthu
Omkar Vasthu

ଏହି ଦୋକାନରେ ବର୍ତ୍ତମାନ ସୁଦ୍ଧା ଫୁଡ଼ ଲାଇସେନ୍ସ ନବୀକରଣ କରା ଯାଇ ନ ଥିବା ଓ ହାଇଜିନ ନ ପିନ୍ଧି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଜଣାପଡିବା ପରେ ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ, ଲାଇସେନ୍ସ ନବୀ କରଣ ନ ହେବା ଯାଏଁ ବେକେରିରେ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଠାରେ ପ୍ରସ୍ତୁତ ୨ ଖାଦ୍ୟ ସାମଗ୍ରୀର ନମୁନା ପରୀକ୍ଷଣ ପାଇଁ ବିଭାଗ ପକ୍ଷରୁ ନିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଯେ, ରବିବାର ଜୁନାଗଡ଼ ସହରର ଜଣେ ଗୃହିଣୀ ଏହି ଦୋକାନକୁ ବ୍ରେଡ କିଣିବା ପାଇଁ ଯାଇଥିଲେ। ଘରେ ପହଞ୍ଚି ସେ ଦେଖିବା ବେଳକୁ ବ୍ରେଡ ଭିତରେ ପୋକ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଗୃହିଣୀଙ୍କ ପୁଅ ଦୋକାନକୁ ଯାଇ ଦୋକାନୀ ମାଲିକଙ୍କୁ ବ୍ରେଡ଼ ଦେଖେଇ ପଚାରିଲେ ପୋକ କେମିତି ଆସିଲା ବୋଲି। ଏହାର ଜବାବରେ ଦୋକାନୀ ମାଲିକ ରାଗିକି ଯୁବକଙ୍କୁ ଦବାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ଜଣକ ସାହସ କରି ତାଙ୍କୁ ଫୂଡ଼ ଲାଇସେନ୍ସ ଦେଖେଇବା ପାଇଁ କହିଥିଲେ। ତେବେ ଦୋକାନ ମାଲିକ ମୋ ପାଖରେ ନାହିଁ ସରକାରଙ୍କୁ ମାଗ ବୋଲି କହିଥିଲେ।

Udyog Nursery
Udyogi Nursery

ଏହି ଦୋକାନରେ ମିଳୁଥିବା ବ୍ରେଡ ରେ ପ୍ରସ୍ତୁତି ତାରିଖ, ଏକ୍ସପାରି ଡେଟ କିମ୍ବା ଏମଆରପି ସମ୍ପୂର୍ଣ ନ ଥିଲା। ଯାହାକୁ ନେଇଁ ଯୁବକ ଜଣକ ଖାଦ୍ୟ ନିରାପତ୍ତା ବିଭାଗରେ ଅଭିଯୋଗ କରିଥିଲେ। ଫଳରେ ଅଭିଯୋଗ ପାଇଁ ବିଭାଗ ପକ୍ଷରୁ ବୁଧବାର ଏହି ଦୋକାନରେ ଚଢ଼ାଉ କରାଯାଇଥିଲା। ସେହିପରି ସହରର ଅନ୍ୟ କିଛି ଦୋକାନରେ ଚଢ଼ାଉ କରାଯାଇ ୧୧ ହଜାର ୫ଶହ ଟଙ୍କା ଜରିମାନା କରାଯାଇଥିଲା। ଏହାସହ ସମସ୍ତ ଦୋକାନୀଙ୍କୁ ଫୁଡ଼ ଲାଇସେନ୍ସ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ଵଜିତ ନାଏକଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଖାଦ୍ୟ ନିରାପତ୍ତା ବିଭାଗର (ଏମଟିଏସ)ଗଜେନ୍ଦ୍ର କୈବର୍ତ୍ତ,ଜୁନାଗଡ଼ ପୋଲିସ ଏଏସଆଇ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ସାମିଲ ଥିଲେ। ଅନ୍ୟପକ୍ଷରେ,ଖାଦ୍ୟ ନିରାପତ୍ତା ବିଭାଗର ଏହି ଚଢ଼ାଉ କୁ ନେଇଁ ସ୍ଥାନୀୟ ବଣିକ ସଂଘ ର ସଭାପତି ମୁକେଶ ଅଗ୍ରୱାଲ ସ୍ୱାଗତ କରିବା ସହ ସମସ୍ତ ଖାଦ୍ୟ ସାମଗ୍ରୀ ଦୋକାନୀଙ୍କୁ ଫୁଡ଼ ଲାଇସେନ୍ସ କରିବାକୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.