କୁଅ ଭିତରେ ପଡିଗଲା ଦନ୍ତା ହାତୀ; ଉଦ୍ଧାର ପରେ ଜେସିବିକୁ ଗୋଡାଇଲା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ଚାଷ ଜମିକୁ ଯିବା ସମୟରେ କୁଅ ଭିତରେ ପଡ଼ି ଯାଇଥିଲା ଗୋଟିଏ ଦନ୍ତା ହାତୀ। ପ୍ରାପ୍ତ ସୂଚନା ଅନୁସାରେ ଗତ କିଛି ଦିନ ହେବ ଟିଟିଲାଗଡ ରେଞ୍ଜ ବର୍ଣ୍ଣି ନିକଟସ୍ଥ ଜଙ୍ଗଲକୁ ୩୦ ଟିକିଆ ହାତୀ ପଲ ଆସିଥିଲେ। ତେବେ ଟିଟିଲାଗଡ ରେଞ୍ଜ ସ୍ଥିତ ଧରବଗଡ ଗୋଏଲଭାଡି ଜଙ୍ଗଲର ଚାଷ ଜମି ନିକଟରେ ଥିବା ଏକ କୂଅରେ ଏକ ବଡ ଦନ୍ତା ହାତୀ ଗତ ରାତି ପଡିଯାଇଥିଲା। ତେବେ ଆଜି ସକାଳୁ କୂଅକୁ ଲାଗିଥିବା ଚାଷ ବିଲକୁ ଲୋକେ ଗଲା ବେଳେ ହାତୀ ଚିତ୍କାର କରୁଥିବା ଦେଖିଥିଲେ। ତେବେ ଖବର ପାଇ ସ୍ଥାନୀୟ ଲୋକେ ଟିଟିଲାଗଡ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବଡ଼ମାଳ ଓ ଟିଟିଲାଗଡ ବନ ବିଭାଗ ପହଞ୍ଚି ଜେସିବି ସାହାଯ୍ୟରେ ହାତୀକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହେବାପରେ ଜେସିବି ଆଗରେ ଶୋଇ ପଡ଼ିଥିଲା ଦନ୍ତା ହାତୀ। ପରେ ରାଗରେ ପୁଣି ଗୋଡ଼ାଇଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.