ଡାଲଗୁମା ଦୁର୍ଘଟଣା ମୃତ ମାମଲା: ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍ ଧକ୍କା ଦେବାରୁ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର ଚଣ୍ଡୀଙ୍କ ମୃତ୍ୟୁ ହୋଇଥିଲା। ଏବଂ ତାଙ୍କ ସହିତ ଥିବା ନରସିଂ ଚଣ୍ଡି ଗୁରୁତର ଆହତ ହୋଇଥିଲେ। ଏନେଇ କୋକସରା ଥାନାରେ ଗତ ୪ ତାରିଖରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ଯୁବକଙ୍କୁ ଥାନାକୁ ଅଣାଯାଇ ପଚରାଉଚୁରା ପରେ ବେଲ୍ ବଣ୍ଡରେ ଛଡାଯାଇଥିଲା। ଏହି ଘଟଣାରେ ଗୁରୁବାର ମୃତକ ଓ ଗୁରୁତର ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟ ମାନେ ଥାନାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଯୁବକଙ୍କୁ ଗିରଫ୍ କରିବା ସହିତ ଗୁରୁତରଙ୍କ ଚିକିତ୍ସା ସହାୟତା ଦେବାନେଇ ଦାବି କରି ଥାନା ଆଗରେ ହୋହାଲ୍ଲା କରିଥିଲେ। ଏହାପରେ ପୁଲିସ ସେମାନଙ୍କୁ ଦିର୍ଘ ସମୟ ଧରି ବୁଝାସୁଝା କରିଥିଲା। ଏବଂ ଦୁର୍ଘଟଣା ଘଟାଇଥିବା ଡାଲଗୁମା ଗ୍ରାମର ରାହୁଲ ଧରୁଆଙ୍କୁ ଥାନାକୁ ଅଣାଯାଇଥିଲା। ପରେ କୋର୍ଟ ଚାଲାଣ କରାଯାଇଥିବା କୋକସରା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.