ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉଦଘାଟିତ ହେଲା ତ୍ରିଦିବସୀୟ ଜଉକଣ୍ଢେଇ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭଦ୍ରକ ଜିଲ୍ଲା ବନ୍ତ୍ ବ୍ଲକର ପଳାଶ ଗଡ଼ିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତରଫରୁ ତ୍ରିଦିବସୀୟ ଜଉକଣ୍ଢେଇ ଶିବିର ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵରୀ ଜଉକଣ୍ଢେଇର ପୁନରୁଦ୍ଧାରକାରୀ ବିଶିଷ୍ଟ ଶିଳ୍ପୀ କେଶୁ ଦାସ ଯୋଗ ଦେଇ ଭାରତୀୟ କଣ୍ଢେଇର କଳା ସଂସ୍କୃତି ଶିକ୍ଷା ସ୍ବାସ୍ଥ୍ୟ ପରିବେଶ ଓ ଅର୍ଥନୀତି ପ୍ରତି ଗୁରୁତ୍ଵପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିବା ସହ ବାଲେଶ୍ଵରୀ ଜଉକଣ୍ଢେଇର ବୈଶିଷ୍ଟ୍ୟ ବିଷୟରେ ଅଭିବ୍ୟକ୍ତି ରଖିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପାର୍ଥ ସୁନ୍ଦର ମହାକୁଡ ଯୋଗ ଦେଇ ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନ କୌଶଳ ତଥା ସୃଜଶୀଳତା ବିକାଶ ଘଟେ ବୋଲି ବକ୍ତବ୍ୟରେ କହିଥିଲେ। ଏଥିରେ ବିଶିଷ୍ଟ ଜଉ କଣ୍ଢେଇ ଶିଳ୍ପୀ ତଥା ପ୍ରଶିକ୍ଷିକା ମାୟା ନାୟକ, ଓ ରଞ୍ଜିତା ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ରତିକାନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ପରିଡା ଧନ୍ୟବାଦ୍ ପ୍ରଦାନ କରିଥିଲେ। କଳା ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାପ୍ରିୟା ବିଶ୍ୱାଳ ଶିବିରକୁ ପରିଚାଳନା କରିଥିବା ବେଳେ ୬୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନେ କଣ୍ଢେଇ ଗଢ଼ିବା ପାଇଁ ମାଟି ପ୍ରସ୍ତୁତି କରିବା ସହ ହାତୀ ଘୋଡ଼ା, କଇଁଛ, ବତକ, ପକ୍ଷୀ ଇତ୍ୟାଦି ଗଢ଼ିବା ଶିଖିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.