ରାସ୍ତା ମଝିରେ ମୁକୁଲା ଅବସ୍ଥାରେ ପଡ଼ି ରହିଛି ଝିଙ୍କିଡୁଙ୍ଗୁରି ଗାଁର ବିଦ୍ୟୁତ ଟ୍ରାନ୍ସଫର୍ମର

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଝିଙ୍କିଡୁଙ୍ଗୁରି ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ବର୍ଷ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି ।ବିପଦପୂର୍ଣ୍ଣ ଏବଂ ମୁକୁଳା ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପଡିରହିଥିବା ନେଇ ବାରମ୍ବାର ବିଭାଗୀୟ କତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି । ଗ୍ରାମର ବସ୍ତିକୁ ଯିବାର ଛକ ନିକଟରେ ରାସ୍ତା ମଝିରେ ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ଟ୍ରାନ୍ସଫର୍ମର ବର୍ଷ ବର୍ଷ ଧରି ରହିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସମୟରେ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ କାହାରି ନଜର ପଡୁ ନାହିଁ । ଛକ ମଝିରେ ମୁକୁଳା ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମର ଯୋଗୁଁ ଅଘଟଣ ଘଟିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହି ମୁଖ୍ୟ ରାସ୍ତା ଦେଇ ଗ୍ରାମବାସୀ ସବୁବେଳେ ଯାତାୟତ କରିଥାନ୍ତି । ଏପରିକି ଅତି ନିକଟରେ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ରାସ୍ତା ଦେଇ ଯାଇଥାନ୍ତି । ଗୋରୁ ଗାଈ ଏବଂ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ତୁରନ୍ତ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.