ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଆରଏମସି (ଧାନମଣ୍ଡି) ଠାରେ ରବିବାର ବ୍ଳକ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ସେନାର ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଳକସ୍ତରୀୟ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ପାଳନ କରାଯାଉଛି। ଏହି କ୍ରମରେ ଉତ୍ସବ ପାଳନ ପ୍ରାରମ୍ଭରେ ସ୍ଥାନୀୟ ସତସଙ୍ଗ୍ କେନ୍ଦ୍ର ନିକଟରୁ ଘଣ୍ଟ, ସଂକୀର୍ତ୍ତନ ଦଳ ସହିତ ବିରାଟ ଶୋଭାଯାତ୍ରା ବାହାରି ସଭା ସ୍ଥଳରେ ପହଞ୍ଚିଥିଲେ। ଏହା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ବ୍ରାହ୍ମଣ ସମାଜର ପୂର୍ବତନ ସଭାପତି ତ୍ରୀନାଥ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜର ବରିଷ୍ଠ କର୍ମକର୍ତ୍ତା ତଥା ଶିଳ୍ପପତି ଜନାର୍ଦ୍ଦନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜର ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ମୁଖ୍ୟବକ୍ତା, ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡଙ୍ଗୀ, କୋକସରା ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶ୍ରୀମନ୍ତ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ବ୍ରାହ୍ମଣ ସମାଜ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୱେଷାଶ୍ରୀଷ୍ଟି ପଣ୍ଡା ‘ବିପ୍ର ଶିରୋମଣି ପର୍ଶୁରାମ’ ଶୀର୍ଷକ ଏକ କବିତା ପାଠ କରିଥିଲେ। ଏହା ପରେ ଅତିଥି ମାନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଏହିକ୍ରମରେ ସମାଜକୁ ଆଗକୁ ନେବା ପାଇଁ ଯେଉଁ ସଦସ୍ୟ ମାନେ ଚେଷ୍ଟିତ ଥିଲେ ସେମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିବାବେଳେ ଅନେକ ସଦସ୍ୟଙ୍କୁ ମରଣୋତ୍ତର ସମ୍ମାନ ତାଙ୍କ ଉତ୍ତରାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା। ସୂର୍ଯ୍ୟ ପ୍ରସାଦ ଠାକୁର ମଞ୍ଚ ପରିଚାଳନା କରିଥିବାବେଳେ ଆମପାଣି ଆଞ୍ଚଳିକ ବ୍ରାହ୍ମଣ ସମାଜ ସଭାପତି ଜିତେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ଶ୍ରୀମନ୍ତ ପାଢ଼ୀ, ପ୍ରଜ୍ଞା ବାହିନୀ ସଭାପତି ସୀମନ୍ତିନୀ ପଣ୍ଡା, ସମ୍ପାଦିକା ବିଷ୍ଣୁ ପ୍ରିୟା ଠାକୁର, ବ୍ଲକ ପର୍ଶୁରାମ ସେନା ସଭାପତି ଗୋଦାବରୀଶ ପାତ୍ର, ସମ୍ପାଦକ ଇଶ୍ୱରୀ ପ୍ରସାଦ ଅଗସ୍ତି ପ୍ରମୁଖଙ୍କ ସହ ବ୍ରାହ୍ମଣ ସମାଜର ସ୍ୱପ୍ନେନ୍ଦୁ ମୁଣ୍ଡ, ସନାତନ ପଣ୍ଡା, ଧନଞ୍ଜୟ ମୁଣ୍ଡ, ରାଜୁ ଶର୍ମା, ବିନୋଦ ଶର୍ମା, ଶଶାଙ୍କ ମଉଲୀ ପାଢ଼ୀ, ଭାରତ ଠାକୁର, ଆଦିତ୍ୟ ପଣ୍ଡା, ରୁପେଶ ପୁରୋହିତ, ସାମନ୍ତ ପାଟ୍ଟଯୋଷୀ, ନିହାରକାନ୍ତ ପଣ୍ଡା, ଭବାନୀ ଠାକୁର, ସୁଧିର ପଣ୍ଡା, ଦେବେନ୍ଦ୍ର ପଣ୍ଡା, ପ୍ରଭାକର ବେହେରା ପ୍ରମୁଖଙ୍କ ସହ ବ୍ରାହ୍ମଣ ସମାଜ, ପ୍ରଜ୍ଞା ବାହିନୀ ଓ ପର୍ଶୁରାମ ସେନାର ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।





