ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ୭୩ତମ ଜନ୍ମଦିନ ପାଳନ ଅବସରରେ ଲାଞ୍ଜିଗଡ଼ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଜଗନ୍ନାଥପୁର ସ୍ଥିତ ସୁଦାମା କ୍ରିଷ୍ଣା ହୋଟେଲଠାରେ ଲାଞ୍ଜିଗଡ଼ ସ୍ଥିତ ଓଏସଏଲ ତରଫରୁ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ୭୩ ତମ ଜନ୍ମଦିନ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଲାଞ୍ଜିଗଡ଼ ବେଦାନ୍ତର ଲୋଜେଷ୍ଟିକ ଆଲୁମିନା ମୁଖ୍ୟ ଅଭିଷେକ ତିୱାରୀ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ବେଦାନ୍ତ ରେଲୱେ ମୁଖ୍ୟ ସନ୍ତୋଷ କୁମାର ଗଉଡ଼ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଶୁଭାରମ୍ଭ କରିଥିଲେ।

ସମ୍ମାନିତ ଅତିଥିଭାବେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ମାଁ ଭୈରବୀ ଟ୍ରକ ୟୁନିଅନର ସଭାପତି ଚନ୍ଦ୍ରଶେଖର ବେହେରା, ଉପ ସଭାପତି ବଟତ୍କୃଷ୍ଣ ପୃଷ୍ଟି,ସମ୍ପାଦକ ଆୟୁବ ଖାନ,ଉପଦେଷ୍ଟା କମିଟିର ନବୀନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ବିଦ୍ୟାଧର ଦଳବେହେରା,ରାମ ସ୍ୱରୂପ ମହାପାତ୍ର, ଟେନ୍ଦୁ ମହେଶ, ଚନ୍ଦନ ମୁଦୁଲି, ପି. ପ୍ରସାଦ ରାଓ ପାତ୍ର,ସନୁ ଗଉଡ଼, ବିପିନ କୁସଲିଆ, ବିପିନ ବୁଧ, ମଙ୍ଗଲ ପଟ୍ଟନାୟକ, ଅଶୋକ ବିଶୋଇ, ଜିତେନ୍ଦ୍ର ନାୟକ, ଚୈତନ୍ୟ ବାଗ, ମକିମୁସ ମେଇନ୍ଜ଼, ସୈତେନ୍ଦ୍ର ସାହୁ ଆଶିଷ ଦୁଆରୀ, ଲବ କିଶୋର ଗଉଡ଼, ସୁଜିତ କୁମାର ରଥ, ପିଣ୍ଟୁ ବାତ୍ରା, ରୋହନ ମହାଭୋଇ, ନିରଞ୍ଜନ ହିଆଲ, ପିନାକୀ କେଶ୍ୱରୀ ମିଶ୍ର, ନେପାଳ ମାଝୀ, ଗଙ୍ଗାଧର ସେଠି, ଚନ୍ଦନ କୁମାର, ଜିତେନ୍ଦ୍ର ନାୟକ, ସୁଶାନ୍ତ କୁମାର, ଜଗବନ୍ଧୁ ସେଠି, ଅଶୋକ କୁମାର ଗଉଡ଼, ରାଜୁ ଦାସ, ସୁଶାନ୍ତ ମିଣ୍ଡା, ରମେଶ ଚନ୍ଦ୍ର ସେନାପତି, ସୁବ୍ରତ କୁମାର ସାହୁ, ସୂର୍ଯ୍ୟମଣି ସ୍ୱାଇଁ, ନୀତିସ କୁମାର ଭଟ୍ଟ, ଚନ୍ଦ୍ର କୁମାର ରାଉତ, ଦୀପକ କୁମାର ଜେନା, ମୁକ୍ତେଶ୍ଵର ସାହୁ, ସୁବାଷ ଚନ୍ଦ୍ର ଭୋୟା,ପ୍ରକାଶ କୁମାର ଗଉଡ଼, ସୁଦର୍ଶନ ହରିଜନ, ସୁଶାନ୍ତ କୁମାର ବେହେରା, ସହଦେବ ଭଟ୍ଟ, ସୁଦୀପ୍ତ କୁମାର ଦେଵ, ଅନ୍ତର୍ଯ୍ୟାମୀ ଖଟୁଆ, ସଚି ନନ୍ଦନ ନାୟକ, କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ୪୬ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଭବାନୀପାଟଣା ରକ୍ତ ଭଣ୍ଡାର ରୁ ଡା. ଦେବାଶିଷ ନାୟକ, ଏଲଟି ଅଜିତ କୁମାର ନାଏକ, ଏଲଟି ଡମ୍ବରୁଧର ସାହୁ, ଏଲଟି ସଞ୍ଜୀବ କୁମାର ମହାଖୁଡ, ଡାଟା ଏଣ୍ଟ୍ରି ଜଞ୍ଜିର ପ୍ରସାଦ ବାଗ, ଏଲଟି ଅମିତ କୁମାର ମାଝୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଲାଞ୍ଜିଗଡର ସାମ୍ବାଦିକ କ୍ଷମାନିଧି ମହାଖୁଡ, ଶୁଭେନ୍ଦ୍ର ପଲେଇ, ସୁଦୀପ୍ତ ଦେବ, ବିଦ୍ୟାଧର ଦଳବେହେରା, ସୁଦୀପ୍ତ ରଥ, ମାନସ ରଥ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ରାମ ସ୍ୱରୂପ ମହାପାତ୍ର, ସଚିନନ୍ଦନ ନାୟକ, ଯଶୋବନ୍ତ ପ୍ରଧାନ, ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ, ଦିଲ୍ଲୀପ ନାଏକ ପ୍ରମୁଖ ସହଯୋଗ କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.