ମୋବାଇଲ ଟାୱାର ଉପରେ ଚଢ଼ି ମଦ୍ୟପ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମୁଖ୍ୟ ସଡ଼କ ନିଉ ମାଣିକାଣ୍ଟା ରେସଟୁରେଣ୍ଟ ପାର୍ଶ୍ଵ ରେ ଥିବା ଜିଓ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ | ଆତ୍ମହତ୍ୟା ଉଦ୍ୟମ କାରୀ ଯୁବକ ହେଲେ କାର୍ତିକ କାଶି ଙ୍କ ପୁଅ ତିଲ କାଶି ବୟସ ୨୬ | ଖବରରୁ ଜଣା ପଡ଼ିଛି କି ଯୁବକଙ୍କ ସ୍ତ୍ରୀ ନିଜ ବାପା ଘରକୁ ପଳାଇ ଯାଇଥିବା ହେତୁ ଯୁବକ ଜଣକ ଗତକାଲି ସନ୍ଧ୍ୟା ୩ ଘଣ୍ଟା ସମୟରେ ମଧ୍ୟ ଉକ୍ତ ଟାୱାର ଉପରେ ଚଢ଼ି ଥିଲା ସେମିତି ଆଜି ସକାଳ ୧୦ ଘଣ୍ଟା ସମୟରେ ଚଡ଼ି ଯାଇଥିଲା |ତାକୁ ଉଦ୍ଧାର ନିମନ୍ତେ ସ୍ଥାନୀୟ ଅଗ୍ନିଶମ ବିହୀନର ଉଦ୍ଧାର କାରୀ ଦଳ ସହ ପୋଲିସ ପହଞ୍ଚି ୧୨ଘଣ୍ଟା ସମୟରେ ଉଦ୍ଧାର କାରାଯାଇ ଥାନା କୁ ନିଆଯାଇଛି | ପ୍ରକାଶ ଥାଉ କି ଯୁବକ ଜଣକ କପାଳରେ ଆଘାତ ଲାଗିଛି ଓ ସେ ମଦ୍ୟପାନ କରିଥିବା ଜଣା ପଡ଼ିଛି | ଯୁବକ ଗଣ ମାଧ୍ୟମ ଆଗରେ କିଛି କହିନଥିବା ବେଳେ ପୋଲିସ ତାକୁ ପଚରା ଉଚରା ନିମନ୍ତେ ଥାନାରେ ଅଟକ ରଖି ତଦନ୍ତ କରୁଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.