ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ଭାନପୁର ଗ୍ରାମର ବାଲିପଡ଼ା ଠାରେ ଏକ ନୂତନ ଦୁର୍ଗା ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ କରକମଲରେ ଏହା ସମ୍ପାଦିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅନନ୍ତରାମ ମାଝୀ ସରପଞ୍ଚ ଭାନପୁର୍ ଗ୍ରାମ ପଞ୍ଚାୟତ, ଗୋପାଳ ହାତୀ ସରପଞ୍ଚ ବାଗପୁର ଗ୍ରାମ ପଞ୍ଚାୟତଙ୍କ ସମେତ ପରେଶ ପଧାନ ଉପଦେଷ୍ଟା ମୁଖ୍ୟ ପୂଜା କମିଟି, ଲୋଚନ ସାହୁ ସଭାପତି ଜୟ ଦୁର୍ଗା ପୂଜା କମିଟି, ସାଧାରଣ ସଂପାଦକ କୁନ୍ତ ଭୋଇ, ସଂପାଦକ ଅଶୋକ ବାରିକ, କୋଷାଧ୍ୟକ୍ଷ ଜୟସେନ ନାୟକ, ସହ ସଂପାଦକ ଜିତୁ ପଧାନ, ବବଲୁ ଭୋଇ, ମହେନ୍ଦ୍ର ସାହୁ, ଉପ ସଭାପତି ରୋହିତ ସାହୁ, ତପନ ପଧାନ ଉପାଧ୍ୟକ୍ଷ ଜୟ ଦୁର୍ଗା ପୂଜା କମିଟିର ବରିଷ୍ଠ ସଦସ୍ୟ ତୁମେଶ୍ଵର ସାହୁ, ରତିଲାଲ ସାହୁ, ତନୁ ଚନ୍ଦନ, ଯତୀନ୍ଦ୍ର ପଧାନ, ଆଦିକନ୍ଦ ପଧାନ, ବିଜୟ ସାହୁ, ଖଲି ଖାଡଙ୍ଗା, ପାର୍ଥ ପ୍ରଧାନୀ, ସୁଶାନ୍ତ ନାୟକ, ପ୍ରଶାନ୍ତ ବାରିକ, ପ୍ରବୀଣ ରଣା, ଟିକେଶ୍ୱର୍ ରଣା, ବାପୁନି ପଧାନ, ବାଲାଜୀ ବେହେରା, ପିଣ୍ଟୁ ବ୍ରହ୍ମା, ଅମନ୍ ସାହୁ, ଅନୁଜ ସାହୁ, ସୁବର୍ଣ୍ଣ ସୁନା, ରୁଦ୍ର ପଟେଲ ତଥା ଭାନପୂର ଗ୍ରାମ ପଞ୍ଚାୟତ ର ମାନ୍ୟଗୁଣ୍ୟ ବ୍ୟକ୍ତି, ବଣିକ ସଂଘର ସମସ୍ତ ସଭ୍ୟ, ଜୟଦୂର୍ଗା ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଦୁର୍ଗା ପୂଜା ୫୩ ବର୍ଷରେ ପାଦ ଦେଇଛି। ଦୀର୍ଘ ବର୍ଷର ଅପେକ୍ଷା ପରେ ଏକ ମନ୍ଦିର ନିର୍ମାଣ ହେଉ ଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।





