ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ତେଣ୍ଡାପାଳି ଗ୍ରାମପଞ୍ଚାୟତର ସାନ କେନ୍ଦୁଗୁଡା ଓ ପଦମପୁରକୁ ଆଜି ଲଷ୍ମୀ ବସ ଗଡିଛି। ଏହି ସ୍ଥାନକୁ ଲକ୍ଷ୍ମୀ ବସ ଚଳାଚଳ କରିବାକୁ ଧର୍ମଗଡ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ପ୍ରୟାସ ଜାରି ରଖିଥିଲେ। ଏନେଇ ସେମାନେ ଧର୍ମଗଡ ବିଡିଓ, ଉପ ଜିଲ୍ଲାପାଳ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ତେବେ ଗୁରୁବାର ଗାଁକୁ ଲକ୍ଷ୍ମୀ ବସ ଆସିବା ପରେ ଖୁସିରେ ନିର୍ମଳ ଗୋପାଳ, ନବ ମେହେର, ସୁମନ୍ତ ବଣିଆ, ବିରଞ୍ଚି ଖମାରୀ, ରୂପେଶ ମେହେର, ଜଗନ୍ନାଥ ଖର୍ସେଲ, ଦିଲୀପ କୁମାର ମେହେର, ବିଦୁର ମାଝୀ, ସୁରେଶ ଗୋପାଳ, ନରେନ୍ଦ୍ର ମେହେର ଓ ଅନେକ ପୁରୁଷ ମହିଳା ସ୍ଵାଗତ କରିଥିଲେ। ଏହି ଅବସରରେ ଗ୍ରାମବାସୀ ଧର୍ମଗଡ ବ୍ଲକ ବିଜେଡ଼ି ସଭାପତି ଡାକେ ଲହଜଲ, ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଜଏଡଙ୍କୁ ଧନ୍ୟବାଦ ଜଣାଇଛନ୍ତି।





