ଓଲଟିଲା ଟ୍ରକ, ଚାଳକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ନିକଟସ୍ଥ କୁଶୁଲା ପୁଞ୍ଜା ବ୍ରିଜ ଠାରେ ଏକ ଟ୍ରକ ଓଲଟି ଚାଳକ ଗୁରୁତର ହୋଇ ଥିବା ଜଣା ପଡିଛି। ପ୍ରାପ୍ତ ସୂଚନା ମୁତାବକ ଏକ ପଥର ବୋଝେଇ ଟ୍ରକ (ଓଡି ୦୪ଏମ ୩୪୧୫) ୫୯ ନମ୍ବର ରାୟପୁର – ବ୍ରହ୍ମପୁର ଦେଇ ସକାଳେ ଯାଉ ଥିବା ବେଳେ ଭାରସାମ୍ୟ ହରାଇ ପୋଲ ନିକଟରେ ଓଲଟି ପଡିଥିଲା। ଖବର ପାଇ ମ.ରାମପୁର ଅଗ୍ନିଶମ ବିଭାଗର ଚୈତନ୍ୟ ସାହୁ, ହାବିଲଦାର ଦିଲେଶ୍ଵର ଶବର, ରାଜେନ୍ଦ୍ର ମହାନନ୍ଦିଆ, ଯୋସଚ୍ଚିଦାନନ୍ଦ ଧାରୁଆ, ପ୍ରତାପ ଭୋଇ, ଦୀପକ ରଞ୍ଜନ ମହାପାତ୍ର ପ୍ରମୁଖ ଘଟଣାସ୍ଥଳକୁ ଯାଇ ଗାଡି ଭିତରେ ଫଶି ଯାଇଥିବା ଚାଳକଙ୍କୁ କାଚ କାଟି ବହୁ ସତର୍କତା ସହ ଉଦ୍ଧାର କରି ଥିଲେ। ପୁଲିସ ଚାଳକଙ୍କୁ ମ.ରାମପୁର ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ତେବେ ଚାଳକଙ୍କ ବିଶେଷ କିଛି ହେଇ ନଥିବା ଜଣା ପଡିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.