ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟା ଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ ହୋଇଛି। ପୂର୍ବତନ ସରପଞ୍ଚ ବିଦେଶୀ ଧରୁଆଙ୍କ ସଭାପତିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ, ମହେନ୍ଦ୍ର କୁମାର ଧରୁଆ, ନୃପରାଜ ନାଏକ, ଉଦ୍ଧବ ଧରୁଆ, ଗୋଶିଙ୍ଗ ଧରୁଆ, ବୈଦ ମାଝୀ, ବାମଦେବ ଧରୁଆ, ମେହୁରଲାଲ ମାଝୀ, ତ୍ରିନାଥ ପୋଟା, ଅକୁର ମାଝୀ, ଦୁଲ୍ଲବ ଧରୁଆ, ଧନନ୍ତରୀ ଧରୁଆ, କ୍ଷିତିରାମ ମାଝୀ, ଡୋଲେ ମାଝୀ, ରୋହିତ ମାଝୀ, ହୀରାନ ମାଝୀ, କର୍ଣ୍ଣ ଧରୁଆ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କ୍ରମରେ ଗଣ୍ଡ ସମାଜର ଶିକ୍ଷା, ସଂସ୍କୃତି, ରାଜନୀତି, ଅର୍ଥନୈତିକ, ସମାଜକୁ ସଂଗଠନ ଓ ମୌଳିକ ଅଧିକାର ପାଇଁ ଆଲୋଚନା କରାଯାଇଥିଲା। ଶେଷରେ ନେତ୍ରାନନ୍ଦ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।





