ଔପନ୍ୟାସିକ ଭାଗୀରଥି ଦାସଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗର୍ବିତ :ପ୍ରାଧ୍ୟାପକ ଡ. କଲ୍ଲିମୁଲ୍ଲା

ଓଡିଆ ବାର୍ତ୍ତା/ କଟକ: ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା କଟକ ସଦର ତରଫରୁ ଜଗତସିଂହପୁର ଜିଲା ପାଟେଣୀ ଗାଁରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ୪୨ ମୌଜା ଗୌରବ ମାନବବାଦୀ ନାରାୟଣ ଚନ୍ଦ୍ର ମହାନ୍ତି ଓ ସମ୍ପାଦିକା କବି ସରୋଜ ନଳିନୀ ପରିଜା ଯୋଗଦେଇ ଓଡ଼ିଶାର ସୁନାମଧନ୍ୟ ତଥା ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ଦୟାନିଧି ସାହିତ୍ୟ ସେବା ସମ୍ମାନ – ୨୦୨୬ ଉପାଧିରେ ସମ୍ବର୍ଦ୍ଧିତ କରିଥିଲେ । ମହାନ୍ ଶିକ୍ଷାବିତ୍ ଗବେଷକ ପରିବେଶବିତ ପ୍ରାଧ୍ୟାପକ ଡ. କଲ୍ଲିମୁଲ୍ଲା, ଆଦର୍ଶ ନାରୀ ପ୍ରତିଭା ପଦ୍ମିନୀ ମହାନ୍ତି, ଶିଳ୍ପୀ ଉପେନ୍ଦ୍ର ବାରିକ, ସୁକାନ୍ତ କୁମାର ସାହୁ, କଳ୍ପନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ‘ଔପନ୍ୟାସିକ ଭାଗୀରଥି ଦାସଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗର୍ବିତ’ ବୋଲି ପ୍ରାଧ୍ୟାପକ ଡ. କଲ୍ଲିମୁଲ୍ଲା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.