ପୁରୁଷୋତ୍ତମପୁର ବ୍ଲକ ଆତ୍ମା ଅଫିସରେ ନିବାଚନ ଅନୁଷ୍ଠିତ, ଅରୁଣ ପଣ୍ଡା ହେଲେ ଅଧକ୍ଷ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ କୃଷି ବୈଷୟିକ କମିଟି ର ଆତ୍ମା ର ଅଧକ୍ଷ ନିର୍ବାଚନ ଆତ୍ମା ଅଫିସ ଗୃହରେ ଅନୁଷ୍ଠିତ ହୋଈ ଯାଇଛି | ଏଥିରେ ମୋଟ ୨୨ଜଣ ସଭ୍ୟ ମଧ୍ୟରୁ ୨୧ ଜଣ ଅଂଶ ଗ୍ରହଣ କରିଥିବା ବେଳେ ସଭାଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ ପଦବୀ ରେ ଏକମାତ୍ର ପ୍ରାର୍ଥୀ ହୋଇଥିଲେ। ଏବଂ ସେ ନିର୍ଦ୍ୱନ୍ଦ୍ୱ ରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ୨୦ ଜଣ ସଭ୍ୟ ଙ୍କ ସହିତ ବ୍ଳକ କୃଷି ଅଧିକାରୀ ଶୁଭଦର୍ଶିନୀ ବେହେରା, ପ୍ରାଣୀସମ୍ପଦ ଅଧିକାରୀ ମନୋଜ କୁମାର ଶତପଥୀ, ଉଦ୍ୟାନ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାନ୍ତି ସହ ଅନ୍ୟାନ୍ୟ କୃଷକମାନେ ଖୁସି ବ୍ୟକ୍ତ କରିଛନ୍ତି।ଏହି ଅବସରରେ କୃଷକମାନେ ନବନିର୍ବାଚିତ ଅଧ୍ୟକ୍ଷଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଈ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ଏହାସହ କୃଷକ ବିକାଶ ଧାରାକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇବାକୁ ନୂତନ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି | ଦୀର୍ଘ ଦିନ ପରେ ଆତ୍ମା ଅଧକ୍ଷ ନିର୍ବାଚନ ହୋଇଥିବାରୁ ଆତ୍ମାର ସଦସ୍ୟ ଙ୍କ ମନରେ ଅଫୁରନ୍ତ ଖୁସି ଦେଖା ଦେଇଛି | ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.