ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ ରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଚିନ୍ତୁ ପ୍ରସାଦ ନାଏକ, ବରିଷ୍ଠ କଳାକାର ଅବଦୁଲ କାଦିର ଉଦ୍ଘାଟନ କରିଥିଲେ ଓ ପରେ ପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ସୌରଭ ମହାପାତ୍ର। ସନ୍ଧ୍ୟା ୭ ଟା ରେ ସଭା କାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ମୁଖ୍ୟ ବକ୍ତା ଭାବେ ପରମେଶ୍ୱର ମୁଣ୍ଡ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା ଓ ଏକାଡେମୀର ଉପଦେଷ୍ଟା ରଞ୍ଜୁଲତା ବାରିକ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ସକ୍ଷମ ନୃତ୍ଯ ଏକାଡେମୀର ସଭପତି ଲିପସାରାଣୀ ବାରିକ। ଏହି ସନ୍ଧ୍ୟାରେ କଳାହାଣ୍ଡିର ଓଡ଼ିଶୀ ନୃତ୍ୟ ଗୁରୁ ସତ୍ୟବାନ ପ୍ରଧାନୀଙ୍କୁ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ସମ୍ମାନ, ସକ୍ଷମ ଲୋକ ନୃତ୍ୟ ସମ୍ମାନରେ ମୂର୍ଣ୍ମୟୀ ଦାଶ ଓ ସକ୍ଷମ ପ୍ରତିଭା ସମ୍ମାନରେ ଏକାଡେମୀର ପ୍ରଥମ ଛାତ୍ରୀ ଶ୍ରୀୟଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ସିମରନ୍ ସାହୁ, ରେଣୁ ବିଶି, ଆସ୍ଥା ସମୃଦ୍ଧି ପଣ୍ଡା, ପଲକ କୁମାର, ତୁଷାର ଧଙ୍ଗଡା ମାଝୀ, ପ୍ରେମ ଚାନ୍ଦ ପ୍ରାଙ୍ଗଣିଆଙ୍କୁ ନିଜ ନିଜ କଳା କ୍ଷେତ୍ରରେ ସମ୍ମାନୀତ କରାଯାଇଥିଲା। ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ସକ୍ଷମ ନୃତ୍ଯ ଏକାଡେମୀର ସଂପାଦକ ଆଲୋକ କୁମାର ସାହୁ। ଏହି ସନ୍ଧ୍ୟାରେ ଓଡ଼ିଶୀ, କୁଚି ପୁଡ଼ି, କଥକ, ଭାରତ ନାଟ୍ୟମ, ସୀଙ୍ଗାରି, ସକ୍ଷମର କଳାକାର ମାନେ ପରିବେଷଣ କରି ଥିଲେ। ପ୍ରତିଭା ଅନୁଷ୍ଠାନ ଦ୍ୱାରା ବାଜାଶାଲ ନୃତ୍ୟ ମଧ୍ୟ ପରିବେଷିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ଗଜପତି ଜିଲ୍ଲାରୁ ଆସିଥିବା ଉର୍ମିଳା ପଟ୍ଟନାୟକ ଦ୍ୱାରା ପରିବେଷିତ କୁଚିପୁଡ଼ି ନୃତ୍ୟ, ଭୁବନେଶ୍ୱରରୁ ଆସିଥିବା ସତ୍ୟପ୍ରକାଶ ମଲ୍ଲିକଙ୍କ ଦ୍ଵାରା ପରିବେଷିତ ଓଡ଼ିଶୀ ନୃତ୍ୟ। ଟାଉନ ହଲରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି କଳାକାରଙ୍କୁ ଆହୁରି ଉତ୍ସାହିତ କରିଥିଲା।ଆକାଶବାଣୀ ଉଦଘୋଷିକା ନମିତା ମିଶ୍ର ସଭା କାର୍ଯ୍ୟ ସଂଯୋଜନା କରିଥିଲେ, ସୌରଭ ମହାପାତ୍ର, ପ୍ରିୟଙ୍କା ପ୍ରଧାନ, ନୀତିନ ନାଏକ, ରୂପ ଜ୍ୟୋତି ପାଣିଗ୍ରାହୀ, ନିକି ଦୀପ, ଅର୍ଚ୍ଚିତା ବାରିକ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସସ୍ମିତା ମହାନ୍ତି, ସଙ୍ଗୀତ ରାଉତ, ଶ୍ୱେତା ରାଣୀ ପାତ୍ର, ତରୁଣ ଦୁର୍ଗା, ତାପସ୍ ସାହୁ, ରବି କୁମାର୍ ସେଠି, ରିମା ବାଗ, ଗୌରୀ ଶଙ୍କର ଦୁର୍ଗା, କୀର୍ତ୍ତି କାନ୍ତ, ସତ୍ୟଜିତ୍ ଦାସ, ଏସ ସୁଧୀର, ସଙ୍ଗୀତା ପରିଡ଼ା ଶୁଭଲକ୍ଷ୍ମୀ ସାହୁ, ଗୀତାଞ୍ଜଳି ଦୋରା, ଆଲିଶା ଭୂଜବଲ, ସ୍ୱାଧୀନତା ମିଶ୍ର, ନମିତା ଚୌଧୁରୀ, ରେବତୀ ବିଶି, କୁନ୍ତଳା ମାଝୀ ପ୍ରମୁଖ ସହାୟତା କରିଥିଲେ।





