ବାଲିଗୁଡ଼ାରେ ଏସ ଆଇ ଆର-୨୦୨୬ ସଚେତନତା: ଫୁଟବଲ ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଏସ ଆର ଆର-୨୦୨୬ (Special Intensive Revision) ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ରୋମାଞ୍ଚକର ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ ‘ପ୍ରଶାସନ ଏକାଦଶ’ ଏବଂ ‘ଉପଖଣ୍ଡ କ୍ରୀଡ଼ା ସଂଘ ଏକାଦଶ ‘ ମଧ୍ୟରେ ଖେଳା ଯାଇଥିଲା। ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଏହି ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘ ଏକାଦଶ ଦଳ ୪-୨ ଗୋଲରେ ପ୍ରଶାସନ ଏକାଦଶ ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ଏହି କ୍ରୀଡ଼ା କାର୍ଯ୍ୟକ୍ରମ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବିଡିଓ ଅକ୍ଷୟ କୁମାର ମଲ୍ଲିକ, ସହ ଉପଜିଲ୍ଲାପାଳ ସଞ୍ଜୀବ ରୂପାମାଝୀ, ସହକାରୀ ଜିଲ୍ଲାପାଳ ରୂପକ କୁଜୁର, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଉପଖଣ୍ଡ ସୂଚ଼ନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଙ୍କ ସମେତ ସମସ୍ତ କିରାଣୀ, ବିଲିଂ ଆସିଷ୍ଟାଣ୍ଟ ଏବଂ ପ୍ରଶାସନିକ କର୍ମଚାରୀମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ସଂସ୍କାର ଏବଂ ସଚେତନତା ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.