ପ୍ରଫେସର ଅବନୀ ବରାଳଙ୍କ ୯୨ତମ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ ପଦ୍ମପୁର: ଓଡିଶାର ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନର ପୁରୋଧା, ବିଶ୍ୱ ଶିକ୍ଷକ ମହାସଂଘର ପ୍ରାକ୍ତନ ଉପସଭାପତି, ତଥା ସାରସ୍ୱତ ସାଧକ ଦିବଂଗତ ପ୍ରଫେସର ଅବନୀ ବରାଳଙ୍କ ୯୨ତମ ଜନ୍ମଦିନ ଉପଲକ୍ଷେ ସ୍ଥାନୀୟ ଶିକ୍ଷକ ଭବନ ଶାନ୍ତି ନଗର ପଦ୍ମପୁର ଠାରେ ଓଡିଶା ପଛୁଆ ଅଂଚଳ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ଓ ଶିକ୍ଷକ ମହାସଂଘ ବରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ବରଗଡ଼ ଜିଲ୍ଲା ଓଷ୍ଟାର ପୂର୍ବତନ ସଭାପତି ପ୍ରୀତି ରଞ୍ଜନ ପ୍ରଧାନଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂଘର ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ମୂଖ୍ୟ ଅତିଥି ଓଷ୍ଟାର ପୂର୍ବତନ ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଶାନ୍ତି ସ୍ୱରୂପ ପୁରୋହିତ, ପ୍ରାଧ୍ୟାପକ ଶଙ୍କରଲାଲ ଭୋଇ, ପ୍ରାଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପକ ନବୀନ କୁମାର ବାରିକ, ଅଵସର ପ୍ରାପ୍ତ ଶିକ୍ଷକ ଦୈତାରୀ ସ୍ୱାଇଁ, ଶିକ୍ଷକ ନେତା ଟିକନୁ ସାହୁ, ଓଷ୍ଟାର ପଦ୍ମପୁର ବ୍ଲକ ସମ୍ପାଦକ ରବିଶଙ୍କର ପ୍ରଧାନ, ଯୁବ ସମାଜସେବୀ ମିଳନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ଓଡିଶା ତଥା ବିଶ୍ୱର ଶିକ୍ଷା ଓ ଶିକ୍ଷକଙ୍କ ଉନ୍ନତି ତଥା ସାହିତ୍ୟ କ୍ଷେତ୍ରରେ ପ୍ରଫେସର ବରାଳଙ୍କ ଉଲ୍ଲେଖନୀୟ ଯୋଗଦାନ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥୁଲେ. l ଶେଷରେ ରବି ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.