ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳରେ ବୁଲା ଗାଈ ଗୋରୁଙ୍କ ପାଇଁ ଚିନ୍ତାରେ ଚାଷୀ ଅଛନ୍ତି । ଏବେ ଖରିଫ ଚାଷର ସମୟ । ଚାଷୀ ମାନେ ନିଜ ଜମିରେ ବିଭିନ୍ନ ପ୍ରକାରର ଚାଷ କରିଛନ୍ତି । ଏହି ଚାଷକୁ ବୁଳା ଗାଈ,ଗୋରୁ ନଷ୍ଟ କରି ଦେଉଛି । ସେଥିପାଇଁ ଏବେ ଚିନ୍ତାରେ ଚାଷୀ ଅଛନ୍ତି । ସେଥିପାଇଁ ଯଥାଶୀଘ୍ର ଏଇ ବୁଲା ଗାଈ,ଗୋରୁ ମାନଙ୍କ ଥଇଥାନ କରାଯାଉ ଏବଂ ଯେଉଁମାନେ ଗାଈ, ଗୋରୁ ନ ଚରାଇ ଛାଡି ଦେଉଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ସିନ୍ଧେକେଲା ଅଞ୍ଚଳର ଚାଷୀମାନେ ଦାବି କରୁଛନ୍ତି ।





