କେଓମାଲ ହାଇସ୍କୁଲରେ ଗୁରୁଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଲିପସା ବାରିକଙ୍କ ସଂଯୋଜନାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଭେଲାରାମ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଧରୁଆଙ୍କୁ ଉପଢୋକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଝରଣା କଲେତ, ଆଲିଶା ମହାକୁର, ରୀମା ଘିବେଲା ସ୍ୱାଗତ ସଂଗୀତ ଓ ଗୁରୁ ବନ୍ଦନା ଗାନ କରିଥିଲେ। ବିକାଶ ନନ୍ଦ, ସ୍ୱାଗତିକା ପ୍ରଧାନୀ, ଝରଣା ପଧାନ, ରିତେଶ ବାରିକ, ନିବେଦିତା ଜାନୀ, ପ୍ରିୟା ସେଠ, ପ୍ରଣତି ବହିଦାର, ସୋହନା ମେରଲି, ଅଯୋଧ୍ୟା ସେଠ, ନିରୋଜ ବାରିକ, ଅଂଶୁ ଭୋଇ, କାହ୍ନା ଧରୂଆ, କ୍ରିଷ୍ଣା ବଗର୍ତ୍ତୀ, ଦୀପିକା ପାତ୍ର, ଜ୍ୟୋତି ଘିଭେଲା ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଦୟା ସାଗର ପାଣ୍ଡେ, ସୁଶାନ୍ତ ଭୋଇ, ରାଜେଶ କୁମାର ମେହେର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.