ଛନଛଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରାଙ୍ଗ ରଣାଙ୍କ ସଭାପତିତ୍ୱରେ ତଥା ସହକାରୀ ଶିକ୍ଷକ ଜିତେନ୍ଦ୍ର ଭୋଇଙ୍କ ସଂଯୋଜନାରେ ସଭାରେ ଛନଛଡ଼ା ସିଆରସିସି ପ୍ରମୋଦ କୁମାର ବୁଡ଼େକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀ ଉପହାର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.