ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ରାୟଗଡ (ପଦ୍ମନ ଭତ୍ରା): ସାରା ଦେଶରେ ଜାତୀୟ ପ୍ରେସ ଦିବସ ପାଳନ ହେଉଥିବା ବେଳେ ରାୟଗଡ଼ ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ୨୦୨୬ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ ଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ବିଳନୀ କକ୍ଷ୍ୟ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର ଅଧକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା ସମ୍ମାନିତ ଅତିଥି ଭାବେ ରାୟଗଡ ବ୍ଲକ ସମିତି ଅଧକ୍ଷା ସୁଶ୍ରୀ ଟୁନି ହୁଇକା,ରାୟଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷା ସରସ୍ବତୀ ରୟ,ଜଳନ୍ଧର ପୁଷିକା ମଞ୍ଚାସିନ ରହିଥିଲେ | ଏହି ଦିବସର ମୋହତ୍ୱ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସୁଦୃଢ କଳାହାଣ୍ଡି ଜିଲ୍ଲା ମାଁ ମାଣିକେଶ୍ବରୀ ମହାବିଦ୍ୟାଳୟର ଅଧ୍ୟାପକ ଡ:ଉମେଶ ଚନ୍ଦ୍ର ଶତପଥି ଙ୍କୁ ମୁଖ୍ୟ ବକ୍ତା ରୂପେ ପାଇଥିଲେ | ଏହିପରି ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ଅସୁବିଧା ଗୁଡ଼ିକୁ ନେଇ ଆଲୋଚନା ପର୍ଯ୍ୟଲୋଚନା କରିଥିଲେ | ମୁଖ୍ୟ ଅତିଥି ଶ୍ରୀମତୀ ମିଣିଆକା ସାମ୍ବାଦିକ ମାନଙ୍କ କାର୍ଯ୍ୟ ଶୋଲି କୁ ବେଶ ପ୍ରଶଂସାତ୍ମକ ବୋଲି କହିଥିବାବେଳେ ସନମାନୀୟ ଅତିଥି ସୁଶ୍ରୀ ଟୁନି ଅନେକ ପ୍ରଶଂସା କରିଥିଲେ ସେହିପରି ଅଧକ୍ଷା ମଧ୍ୟ ସାମ୍ବାଦିକତା କରୁଥିବା ବ୍ୟକ୍ତି ନିଜକୁ ସଚ୍ଚଟ ଓ ନିଷ୍ଠାପର ହେବା ସହ ଖବର ପରିବେଷଣ ପୂର୍ବରୁ ପକ୍ଷ୍ୟ ପତିତ ନ କରିବା ଉଚିତ ବୋଲି କହିଥିଲେ | ଏହା ପରେ ମୁଖ୍ୟ ବକ୍ତା ଶ୍ରୀ ଶତପଥି ଜଣେ ଭାରତର ଚତୁର୍ଥ ସ୍ତମ୍ଭ ଭାବେ ଉଭା ହୋଉଥିବା ବ୍ୟକ୍ତି ବିଶେଷ କେଉଁ ଭଳି ହେବା ଦରକାର ତାହାକୁ ନେଇ ଉପଦେଶ ମାନ ନିଜ ବକ୍ତବ୍ୟରେ କହିଥିଲେ ଓ ସମାଜରେ ପ୍ରତ୍ୟେକ ସ୍ଥାନରେ ସାଂମ୍ବାଦିକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ କଳାହାଣ୍ଡି ର ଦାନ ମାଝି ଓ ଭୋକମାରି ସହ ଶିଶୁ ବିକ୍ରି ଘଟଣା ମାନ ନେଇ ସାମ୍ବାଦିକ ମାନଙ୍କୁ ତର୍ଜମା କରିବା ଉଚିତ ବୋଲି କହିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସାଂମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ । ଏହି ଦିବସ ଅବସରରେ ଉପସ୍ଥିତ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ପ୍ରଶାସନ ତରଫରୁ ଅତିଥି ମାନଙ୍କ କର କମଳରେ ସମ୍ବର୍ଦ୍ଧିତ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.